csstore

ଠିକାଦାରପଡା ଦୁର୍ଗାପୂଜାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଠିକାଦାରପଡା ପୂଜା ମଣ୍ଡପ ପରିସରରେ ଚଳିତ ବର୍ଷ ମା’ ଜଗତ ଜନନୀ ଦୁର୍ଗାପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ଆଇନଜୀବୀ ପ୍ରବୀଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଆୟୋଜନ କମିଟିର ସଭାପତି ପ୍ରବିଣ ମିଶ୍ର, ସାଧାରଣ ସଂପାଦକ କାଳି ଚରଣ ବିଶ୍ୱାଳ କୋଷାଧ୍ୟକ୍ଷ ଭାବେ ଶେଷଦେବ ଯୁଏଡ ମନୋନୀତ ହୋଇଥିଲେ । କମିଟିର ସଭ୍ୟ ରୂପେ ଧୃବ ଯୁଏଡ, ସୁରେନ୍ଦ୍ର ବାଗ, ପ୍ରଦ୍ୟୁତ ଖୁଆସ, ମଧୁ ବିଶ୍ୱାଲ, ରଂଜିତ ବେହେରା, ଦେବେନ ପାତ୍ର, ଅନିଲ ପାଣିଗ୍ରାହୀ, ସମିର ମିଶ୍ର, ମନୋଜ ସାହୁ, ରାଜିବ ସ୍ୱାଇଁ, ଲକ୍ଷିନ୍ଦ୍ର ସାହୁ, ଦେବା ହରିହା ପ୍ରମୁଖ ସଭ୍ୟ ଉପସ୍ଥିତ ଥିଲେ । ବିଗତ ଦୁଇ ବର୍ଷ କରୋନା କଟକଣାରେ ପୂଜା ହୋଇଥିବା ଚଳିତ ବର୍ଷ ମହା ଆଡମ୍ବରରେ ପୂଜା କରିବା ପାଇଁ ମତ ପ୍ରକାଶ ପାଇଥିଲା । ବରିଷ୍ଠ ସଭ୍ୟ ସୂର୍ଯ୍ୟ ନାରାୟଣ ମିଶ୍ର, ପ୍ରଦୀପ ସାମନ୍ତରାୟ, ମୁରାରୀ ମୋହନ ପଟ୍ଟନାୟକ, ଇଶ୍ୱର ଚିରଗୁନ, ନରେନ୍ଦ୍ର ଜାଲ, ସରୋଜ ଗୁରୁ ଦୁର୍ଗାପୂଜାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମତ ଦେଇଥିଲେ । ଶେଷରେ ସୁରେନ୍ଦ୍ର ବାଗ ସଭା ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.