csstore

କବିତା : ତୁମେ

  • ଜ୍ୟୋତିର୍ମୟ

ତୁମେ ମୋ କବିତାର ଉତ୍ସ ଓ ଉତ୍ସବ
ତୁମେ ମୋ’ କବିତାର ସ୍ୱାଦ ଓ ଶୀର୍ଷକ
ତୁମେ ମୋ’ କବିତାର ଆଦ୍ୟ ଓ ଅନ୍ତ
ତୁମଠାରେ କବିତା ମୋ’
ଉଦୟ ଓ ଅସ୍ତ ।

ତୁମେ ମୋ’ କବିତାର ଅସ୍ଥି ଅବୟବ
ତୁମେ ମୋ’ କବିତାର ନିଃଶ୍ୱାସ ପ୍ରଶ୍ୱାସ
ତୁମେ ମୋ’ କବିତାର ଲହୁ ଓ ଲୁହ
ତୁମ ବିନା ମୋ’ କବିତା
ହଜାଏ ଅସ୍ତିତ୍ୱ ।

ତୁମେ ମୋ’ କବିତାର ବେଗ ଓ ତେଜ
ତୁମେ ମୋ କବିତାର ଅସରା ପ୍ରାଚୂର୍ଯ୍ୟ
ମାଟିରୁ ଅନନ୍ତ ଆକାଶ ଯାଏଁ
ତୁମେ ହିଁ ତୁମେ….
ତୁମେ ତ’ ଅସୁମାରୀ ସ୍ୱପ୍ନର ବଗିଚା
ଯହିଁ ସଜଫୁଟା ଫୁଲ ସଦା ହସୁଥାଏ
ଇହକାଳ ପରକାଳ ପାଇଁ
ତୁମେ ମୋ’ କବିତା
ସଦାବେଳେ ଯିଏ ମତେ
ସାଉଁଟି ନେଉଥାଏ । ।

jayashree
Leave A Reply

Your email address will not be published.