csstore

ବଲାଙ୍ଗିର ସିନିୟର ନକ ଆଉଟ୍‌ ଫୁଟ୍‌ବଲ

  • ଭାଲୁପିଟା, ମହରାପଦର ଓ ସଲତରପାଲି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ଚୁଡାପାଲି ପଡିଆରେ ଭାଲୁପିଟା ୩-୦ ଗୋଲରେ ଡଙ୍ଗାଘାଟକୁ ହରାଇ ବିଜୟୀ ହୋଇଛି । କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କ୍ରୀଡା ସଂସଦର ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ଓ ବରିଷ୍ଠ ସଦସ୍ୟ ଡ. ସିଦେ୍ଧଶ୍ୱର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦ ବରିଷ୍ଠ ସଦସ୍ୟ ଶରତ କୁମାର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଖେଳରେ ରେଫରି ଭାବେ ଦେବରାଜ ନାହାକ, ଜଳନ୍ଧର ସାହୁ, ସୁଦର୍ଶନ ସେଠ ଓ ନିଶାରକାନ୍ତ ନାଗ ଦାୟିତ୍ୱ ତୁଳାଇଥିଲେ । ସେହିପରି ଖପ୍ରାଖୋଲ ପଡିଆରେ ମହରାପଦର ୧-୦ ଗୋଲରେ କୁହାବାଉଁଶକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଖପ୍ରାଖୋଲ ସରପଞ୍ଚ ସତ୍ୟାନନ୍ଦ ସିନ୍ଧ୍ରିଆ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଭାବରେ କ୍ଷୀରସିନ୍ଧୁ ବେହେରା, ରାଜେନ୍ଦ୍ର କୁମାର ଧରୁଆ, ଦୋଳଗୋବିନ୍ଦ ମୁଣ୍ଡା ଓ ଦିପକ ରାଜହଂସ ଦାୟିତ୍ୱ ତୁଳାଇଥିଲେ । ଲୋଇସିଂହା ଷ୍ଟାଡିୟମଠାରେ ଅନୁଷ୍ଠିତ ସଲତରପାଲି ବନାମ୍‌ ତେନ୍ତୁଳିଖୁଣ୍ଟି ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଡ୍ର ରହିଥିଲା । ଟ୍ରାଇବ୍ରେକରରେ ସଲତର ପାଲି ୫-୪ ଗୋଲରେ ବିଜୟୀ ହୋଇଥିଲା । ଅତିଥି ଭାବରେ ଲୋଇସିଂହା ସରପଂଚ ନବ କିଶୋର ନାଏକ ଯୋଗ ଦେଇଥିଲେ । ରେଫରି ଭାବେ ବିଜୟ କୁମାର ରଣା, ସନ୍ଦିପ ତରିଆ, ଅଞ୍ଜନ ବେସ୍ରା ଓ ଜ୍ୟୋତି ରଂଜନ ରାଉତ ଦାୟିତ୍ୱ ତୁଳାଇଥିଲେ । ୫ ତାରିଖ ସୋମବାର ଦିନ ମିଶନ ପଡିଆରେ ଚାଣ୍ଟିମୁଣ୍ଡା ଆରକେୱାଇଏସ୍‌ ବନାମ କନ୍ଧପାଲି ମାଣିକେଶ୍ୱରୀ, ହଳଦି ପଡିଆରେ ହଲଦି ଇବିଏଫ୍‌ଏ ବନାମ ପତ୍ରାପାଲି (ଖ) ଏଲ୍‌ବିଏସ୍‌, ଜରାସିଂହା ପଡିଆରେ ସିରାବାହାଲ ଏମ୍‌ଏମ୍‌ଏଫ୍‌ଏ ବନାମ ଘୁଚେପାଲି ପିଏଏଫ୍‌ଏ, ଲୋଇସିଂହା ଷ୍ଟାଡିୟମରେ ମାଣ୍ଡିଆ ପଦର ଆରଏସ୍‌ଏଫ୍‌ଏ ବନାମ ଏବିଏଫ୍‌ଏ ଲୋଇସିଂହା, ଚୁଡାପାଲି ପଡିଆରେ ସୁନାମୁଦି ଆଦିବାସୀ କ୍ଲବ ବନାମ୍‌ ରୁଗୁଡିମୁଣ୍ଡା ଏନ୍‌ୱାଇଡିସି ଓ ଖପ୍ରାଖୋଲ ପଡିଆରେ ବେନକେରା ଆଦିବାସୀ କ୍ଲବ ବନାମ ଖପ୍ରାଖୋଲ ଟାଉନ ଟିମ୍‌ ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.