ଭୁବନେଶ୍ୱର, (କେପିଏନ୍ଏସ୍) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ସୁନ୍ଦରଗଡ ଜିଲ୍ଲାରେ ପ୍ରବେଶ କରିଛି । ସୁନ୍ଦରଗଡ ସଦର ବ୍ଲକ୍ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି ତଥା ଅନ୍ୟମାନେ ପ୍ରବଳ ଉତ୍ସାହ ସହକାରେ ରଥକୁ ସ୍ୱାଗତ କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।