oom

ସେପ୍ଟେମ୍ବର ୨ରୁ ୪ କଳିଙ୍ଗ ଷ୍ଟାଡିୟମରେ ହେବ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା

jsmm
  • ଗଞ୍ଜାମରୁ ଭାଗ ନେବେ ୭୭ ଜଣ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ୨, ୩ ଓ ୪ ତାରିଖ ତିିନିଦିନ ଧରି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ଗୃହଠାରେ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ କ୍ୟାଟେଗୋରୀରୁ ୭୭ ଜଣ ମହିଳା ଓ ପୁରୁଷ ଭାରୋତ୍ତୋଳନକାରୀ ଭାଗ ନେବେ ବୋଲି ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ ସଂଘର ରାଜ୍ୟ ଉପସଭାପତି ତଥା ଗଞ୍ଜାମ ଜିଲ୍ଲା ସଭାପତି କୁମୁଦ ସାହୁ ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରସ୍ଥିତ ମହାମାୟୀ ବ୍ୟାୟାମ କେନ୍ଦ୍ରରୁ ୧୪ ଜଣ, ଶଙ୍କର ଫିଜିକାଲ କ୍ଲବରୁ ୧୩, ବାଲୁଙ୍କେଶ୍ୱର ବ୍ୟାୟାମ କେନ୍ଦ୍ରରୁ ୯, ବୀର ହନୁମାନ କ୍ଲବରୁ ୩୦, ଫ୍ରେଣ୍ଡସ୍‌ ବ୍ୟାୟାମ କେନ୍ଦ୍ରରୁ ୨, ସ୍ପୋର୍ଟସ୍‌ ହଷ୍ଟେଲରୁ ୯ ଜଣ ମୋଟ ୭୭ ଜଣ ଭାଗ ନେଉଛନ୍ତି । ରାଜ୍ୟ ଭାରୋତ୍ତୋଳନ ସଂଗଠନର ସାଧାରଣ ସମ୍ପାଦକ ନାରାୟଣ ସାହୁ, ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ଦାଶ, ଜିଲ୍ଲା ସମ୍ପାଦକ ଗାଗାରିନ ନାୟକ, ଜିଲ୍ଲା ଉପଦେଷ୍ଟା ତଥା ସାମ୍ବାଦିକ ରବି ରଥ, କୋଚ୍‌ ଯଜ୍ଞ ନାରାୟଣ ନନ୍ଦ, ସୀତା ଜେନା, ରମେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.