ବୌଦ୍ଧ : ବୌଦ୍ଧ ସହରର ନିକଟରେ ନୂତନ ଭାବେ ନିର୍ମାଣ ହୋଇଥିବା ମର୍ଯ୍ୟାକୁଦ ସେତୁ ତଳେ ଏକ ଅଜଣା ଶବ ମଙ୍ଗଳବାର ଦିନ ଭାସୁ ଥିବାର ଦେଖିବାକୁ ମିଳିଛି । ମିଳିଥିବା ତଥ୍ୟ ଅନୁଯାୟୀ ସକାଳୁ କିଛି ବ୍ୟକ୍ତି ପ୍ରାତଃ ଭ୍ରମଣରେ ମର୍ଯ୍ୟାକୁଦ ସେୁତକୁ ଯାଇଥିବା ବେଳେ ଏକ ଶବ ସେତୁ ତଳ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ବୌଦ୍ଧ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ପାଣିରୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ବୌଦ୍ଧ ମେଡିକାଲକୁ ପଠାଇଥିଲା । ଶବଟି ଅନ୍ୟ କେଉଁ ସ୍ଥାନରୁ ନଦୀରେ ଭାସି ଆସିଥିବା ଅନୁମାନ କରାଯାଉଛି । ଏହା ଆତ୍ମହତ୍ୟା କି ହତ୍ୟା ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ପଚାରିବାରୁ ଶବର ପୋଷ୍ଟମର୍ଟମ କରାଯାଇଛି, ଶବର କୌଣସି ପରିଚୟ ମିଳିପାରି ନାହିିଁ, ଏନେଇ ସୁବଆଡେ ଖବର ଦିଆଯାଇଥିବା ପ୍ରକାଶ କରିଛନ୍ତି ।