oom

ଯୁବ କବି ଅର୍ଜୁନ ସାହୁଙ୍କ କୋସଲି କବିତା ବହି ‘ଚରା’ ଉନ୍ମୋଚିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁବ କବି ଅର୍ଜୁନ କୁମାର ସାହୁଙ୍କ କୋସଲି କବିତା ବହି ‘ଚରା’ ସ୍ଥାନୀୟ ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଅତିଥି ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ପ୍ରାଥମିକ ଶିକ୍ଷା ଛାତ୍ରମାନଙ୍କ ମେରୁଦଣ୍ଡ, ଏହି ଶିକ୍ଷା ନିଜ ମା’ର ଭାଷା କୋସଲିରେ ପ୍ରଦାନ କରାଗଲେ ଶିଶୁର ବିକାଶ ହୋଇପାରିବ ବୋଲି ମତ ଦେଇଥିଲେ । ବୈଜ୍ଞାନିକ ଅଧିକାରୀ ପଦ୍ମନାଭ ପଧାନ କହିଥିଲେ, ନିଜ ମାତୃଭାଷାରେ ପିଲାମାନେ ପାଠ ପଢିଲେ ଭଲ ଭାବରେ ବୁଝି ପାରିଥାନ୍ତି ଆମେ ଯେତେ ବିକାଶଶିଳ ରାଷ୍ଟ୍ର ଦେଖିଛେ ସମସ୍ତେ ନିଜ ଭାଷାରେ ହିଁ ଶିକ୍ଷା ଗ୍ରହଣ କରିଥାନ୍ତି, ତେଣୁ କୋସଲି ଏକ ସ୍ୱତନ୍ତ୍ର ଭାଷା ଏବଂ ଏହି ଭାଷା ସରକାରଙ୍କ ଅଷ୍ଟମ ଅନୁସୂଚିରେ ସ୍ଥାନ ପାଇବା ଆବଶ୍ୟକ ବୋଲି ମତ ଦେଇଥିଲେ । ପ୍ରମେୟ କେବିକେ ମୁଖ୍ୟ ଅଖିଳ ଚନ୍ଦ୍ର ହୋତା ତାଙ୍କ ଭାଷଣ ମାଧ୍ୟମରେ କହିଥିଲେ, ଭାଷାର ସ୍ୱତନ୍ତ୍ର ଲିପିର ଆବଶ୍ୟକତା ରହିଛି ତେଣୁ ଏକ ଲିପି ପ୍ରସ୍ତୁତ କରିବା ସଙ୍ଗେ ଆହୁରି ଗଦ୍ୟ ସାହିତ୍ୟ ମଧ୍ୟ ରଚନା କରାଯାଉ ବୋଲି ମତ ରଖିଥିଲେ । ସ୍ତମ୍ଭକାର ହେମନ୍ତ ପଣ୍ଡା କୋସଲି ଏକ ସ୍ୱତନ୍ତ୍ର ଭାଷା । ଏହାର ସଂସ୍କୃତି ସମୃଦ୍ଧ ଏବଂ କବି ଅର୍ଜୁନ ସାହୁଙ୍କ କବିତା ବହି ଏହି ଭାଷାକୁ ଗୋଟେ ବଡ ଅବଦାନ ବୋଲି କହିଥିଲେ । ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା କବିତା ବହିର ସମୀକ୍ଷା କରିଥିଲେ । ଶ୍ରୀୟାକାନ୍ତ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜେଶ୍‌ ଦଣ୍ଡସେନା ସଭା ସଂଯୋଜନା କରିଥିଲେ । ପ୍ରଶାନ୍ତ ମହାକୁଡ ଧନ୍ୟବାଦ ଦେଇଥିଲେ । ବହୁ କବି ଯୋଗଦେଇ ‘ଚରା’ ବହି ଉପରେ ମତ ରଖିଥିଲେ ଓ କୋସଲି ଭାଷା ସରକାରୀ ସ୍ୱୀକୃତି ପାଇଁ ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ପଡିବ ବୋଲି ଅନୁରୋଧ କରିଥିଲେ । ଚନ୍ଦନ, ସନ୍ତ, ଅଶୋକ ସାହୁ, ଦେବରାଜ ସାହୁ, ସ୍ୱାସତ୍‌, ଶିବମ ସାହୁ, ଧରିତ୍ରୀ ସାହୁ, କିଶୋର ବରିହା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.