ଘରେ ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ୪ ଯୁବକ ଗିରଫ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତର ଭାଟିପଖନା ଗ୍ରାମରେ ଘରେ ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ରତିରାମ ଗଣ୍ଡ (୨୫), ରଘୁ ଗଣ୍ଡ (୩୦), ରାମ ଗଣ୍ଡ (୩୫) ଓ ବାସୁଦେବ ଗଣ୍ଡ(୨୨) । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତର ଭାଟିପଖନା ଗ୍ରାମରେ ଚାରି ଜଣ ଯୁବକ ବିନା ଲାଇସେନ୍ସରେ ଦେଶୀ ବନ୍ଧୁକ ରଖିଥିଲେ । ଏହି ଖବର ପାଇ ରାଇଘର ପୋଲିସ ଭାଟିପଖନା ଗ୍ରାମକୁ ଯାଇ ଦେଶୀ ବନ୍ଧୁକ ଜବତ କରିବା ସହ ରତିରାମ, ରଘୁ, ରାମ ଓ ବାସୁଦେବଙ୍କୁ ଗିରଫ କରିଥିଲା । କେଉଁ ଉଦ୍ଦେଶ୍ୟରେ ସେମାନେ ବନ୍ଧୁକ ରଖିଥିଲେ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.