csstore

ଦେଓଗାଁ ସିଏଚସିରେ କନଫରେସିଙ୍ଗ ଓ ଟେଲି ମେଡିସିନ ୟୁନିଟ ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ସିଏଚସିରେ କନଫ‌ରେସିଙ୍ଗ ଓ ଟେଲି ମେଡ଼ିସିନ ୟୁନିଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ସିଏଚସିର ଡ. ଚିତ୍ତରଞ୍ଜନ ମିଶ୍ର ସହ ବିଧାୟକ ପ୍ରତିନିଧୀ କାନ୍ତେଶ୍ୱର ପଧାନ, ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ଦୁର୍ଗାପ୍ରସାଦ ସିଂଦେଓ, ଜରାସିଂହା ସମିତି ସଭ୍ୟ ଅମିତ ତ୍ରିପାଠୀ, ସରପଞ୍ଚ ଜୀବନୀ ଦାଶ, ସମିତି ସଭ୍ୟା ଚନ୍ଦ୍ରମା ଧରୁଆ, ରୁଦନା ଦରୁଆ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଭିଡିଓ କନଫରେସିଙ୍ଗ ଜରିଆରେ ଉଦ୍‌ଘାଟନ କରିଥିବା ୧୦ଟି କେନ୍ଦ୍ରରେ ପ୍ରତିଦିନ ରୋଗୀ ସେବା କରାଯିବ ବୋଲି କହିଥିଲେ । ଏହିପରି ଆଗାମୀ ଦିନରେ ଅତି ବଣ ଜଙ୍ଗଲ ଘେରା ଗାଁର ଲୋକମାନେ କିପରି ନିଜ ନିଜ ଗାଁରେ ଥାଇ ସ୍ୱାସ୍ଥ୍ୟ ସେବା ଠିକ ଭାବେ ପାଇବେ ଏହି କାର୍ଯ୍ୟକ୍ରମର ମୂଲ ଲକ୍ଷ୍ୟ ବୋଲି କହିଥିଲେ ।

jayashree
Leave A Reply

Your email address will not be published.