csstore

ହିନ୍ଦୁ ସୁରକ୍ଷା ସମାଜର ବୈଠକ ଅନୁଷ୍ଠିତ

ଜି.ଉଦୟଗିରି : ଫୁଲବାଣୀଠାରେ ହିନ୍ଦୁ ୁରକ୍ଷା ମଞ୍ଚର ଆହ୍ୱାନରେ ହିନ୍ଦୁ ସମାଜକୁ ଏକତ୍ରୀତ କରି ହିନ୍ଦୁ ସମାଜକୁ ଜାଗ୍ରତ ଉଦ୍ଦେଶ୍ୟରେ ମାଜିରା ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ହିନ୍ଦୁ ସଂସ୍କୃତିର ସୁରକ୍ଷା କରିବା ସହ ଚଳିତ ମାସ ୯ ତାରିଖ ଦିନ ପୂର୍ବ ଯୋଜନା ମୁତାବକ ହିନ୍ଦୁ ସମାଜର ଧର୍ମଗୁରୁ ପୂଜ୍ୟ ପୁରୀ ପିଠାଧିଷ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀଙ୍କ କୁଶପୁତ୍ତଳିକା ଦାହ କରିବା ଦ୍ୱାରା ସମ୍ପୂର୍ଣ୍ଣ ହିନ୍ଦୁ ସମାଜ, ହିନ୍ଦୁ ଧର୍ମ, ହିନ୍ଦୁ ଧର୍ମାବଲମ୍ବିମାନଙ୍କ ହୃଦୟ ଏବଂ ସମ୍ମାନରେ କୁଠାରଘାତ ଲାଗିଛି । ଏଣୁ ଉକ୍ତ ଘଟଣା ଘଟାଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ ଦେବାକୁ ସ୍ଥିର କରାଯାଇଛି । ବୈଠକରେ ହିନ୍ଦୁ ସୁରକ୍ଷା ମଞ୍ଚର ଜିଲ୍ଲା ସଂଯୋଜକ ମାନଗୋବିନ୍ଦ ପ୍ରଧାନ, ସାଧାରଣ ସମ୍ପାଦକ ଭେଙ୍କଟେଶ୍ୱର ବେହେରା, ଉପଦେଷ୍ଟା ମଣ୍ଡଳୀ ପବିତ୍ର କୁମାର କହଂର, ଅବନେଶ୍ୱର ପ୍ରଧାନ, ସତପତି ପ୍ରଧାନ, ସଦସ୍ୟ ମାୟାବନ୍ଧୁ ପ୍ରଧାନ, ଲଳିତ ପ୍ରଧାନ, ଉମେଶ ପ୍ରଧାନ, ଅର୍ଜୁନ କହଁର, ସତ୍ୟଭାମା ପ୍ରଧାନ, ରଘୁପତି କହଁର, ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସମେତ ବହୁ ହିନ୍ଦୁ ଧର୍ମାବଲମ୍ବୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.