csstore

କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ କୃଷି ବିଲ୍‌ ପ୍ରତ୍ୟାହାର ଦାବୀରେ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ତରଫରୁ ସତ୍ୟାଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ଜୟନ୍ତୀରେ ବଲାଙ୍ଗିର ଜିଲ୍ଲା ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ସଭାପତି ଯୁବନେତା ଅଜୟ ବାଲିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ବିଲ୍‌ ପ୍ରତ୍ୟାହାର ଦାବୀରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ଗାନ୍ଧୀଭବନ ସ୍ଥିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା କରିଥିଲେ ଏବଂ ବାବା ସାହେବ ଆମ୍ବେଦକର, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଲୌହ ମାନବ ସର୍ଦ୍ଦାର ଭଲ୍ଲବ ଭାଇ ପଟେଲଙ୍କୁ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ପ୍ରଦାନ କରି ସତ୍ୟାଗ୍ରହରେ ବସିଥିଲେ ।

କୃଷକ ବିରୋଧୀ ବିଲ୍‌କୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର ନ କଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଗଠନ ସଭାପତି ଅଜୟ ବାଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ଉପ-ସଭାପତି ଉମାକାନ୍ତ ସାହୁ, ସନ୍ତକ ବହିଦାର, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ କୁମାର ମିଶ୍ର, ଅଙ୍କିତ ସାହୁ, ଲୋପନ ମିଶ୍ର, ଝୁପୁଲୁ ମହାନ୍ତି, ମାନସ ମହାନ୍ତି, ଜ୍ୟୋତିଷ ମୁଗ୍ରି, ଯୁବ ଦଳିତ ନେତା ହରି ନନ୍ଦ, ମନବୋଧ ହରପାଲ, କୈଳାସ ମିଶ୍ର, କିରଣ ସେଠ୍‌, ତରଣୀ ଚନ୍ଦନ, ଲବ ବାଗ, କମଳ ନନ୍ଦ, ଟଙ୍କଧର ନାଏକ, ଲଳିତ ପଟେଲ, ପବିତ୍ର ନେପାକ, ବେଟୁନ୍‌ ସ୍ୱାଇଁ, ନିରଞ୍ଜନ ମିଶ୍ର, ସୁବେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.