oom

କେଭି-୨ର ରାସ୍ତା ନିର୍ମାଣ ଓ ପାର୍କିଂ ବ୍ୟବସ୍ଥା କରିବାକୁ ଦାବୀ

jsmm

ସମ୍ବଲପୁର : ସମ୍ବଲପୁରର ବୁର୍ଲାଠାରେ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୨କୁ ଯାତାୟାତ ନିମନ୍ତେ ରାସ୍ତା ସମେତ ସେଠାରେ ପାର୍କିଂ ପାଇଁ ଅଭିଭାବକ ସଂଘ ପକ୍ଷରୁ ଦାବୀ କରାଯାଇଛି । ଏହି ମର୍ମରେ ମଙ୍ଗଳବାର ଜିଲ୍ଲାପାଳଙ୍କୁ ଅଭିଭାବକ ସଂଘର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତକାର କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କୁ ପ୍ରଦତ୍ତ ଦାବୀପତ୍ର ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟାଳୟ – ୨ ବୁର୍ଲାଠାରେ ୨୦୧୫ ମସିହାରେ ସ୍ଥାପିତ ହେବା ପରେ ୨୦୧୯ ମସିହାରେ ଏହାର ନବ ନିର୍ମିତ କୋଠାକୁ ସ୍ଥାନାନ୍ତରିତ ହୋଇଛି । ବୁର୍ଲା ଏନ୍‌ଏସ୍‌ସି ମହାବିଦ୍ୟାଳୟର ପଛ ପଟରେ ନିର୍ମିତ ଏହି ବିଦ୍ୟାଳୟର ଅନେକ ପାରିପାଶ୍ୱିକ ବିକାଶର ଆବଶ୍ୟକତା ରହିଛି । ଏହି ବିଦ୍ୟାଳୟରେ ପ୍ରାୟ ୧ ହଜାର ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଆଗାମୀ ଦିନରେ ଏହି ବିଦ୍ୟାଳୟରେ ଆହୁରି ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଆବଶ୍ୟକୀୟ ସ୍ୱୀକୃତି ମିଳିଛି । ଅପରପକ୍ଷରେ ବିଦ୍ୟାଳୟକୁ ଯାତାୟାତର ସୁବିଧା ପାଇଁ ରାସ୍ତାର ପ୍ରଶସ୍ତିକରଣ ନିର୍ମାଣ ସମେତ ପାର୍କିଂ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇରହିଛି । ବର୍ଷା ଯୋଗୁଁ ଏବେ ରାସ୍ତାଘାଟ କାଦୁଅମୟ ହୋଇ ରହିଥିବାରୁ ହଜାର ହଜାର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ତୁରନ୍ତ ବିଦ୍ୟାଳୟ ଅଞ୍ଚଳର ରାସ୍ତା ଓ ପାର୍କିଂ ବ୍ୟବସ୍ଥାର ବିକାଶ ପାଇଁ ଅଭିଭାବକମାନେ ଦାବୀ କରିଛନ୍ତି । ଜିଲ୍ଲାପାଳଙ୍କୁ ପ୍ରଦତ୍ତ ଦାବୀପତ୍ରରେ ଅଭିଭାବକ, ଶିକ୍ଷକ ସଂଘର ଭାଇସ ଚେୟାରମ୍ୟାନ ଡ. ପାଣ୍ଡବ ପାତ୍ର, ଶ୍ରୀପତି ସାହୁ, ଶିଶିର ମହାନ୍ତି, ରଶ୍ମିକାନ୍ତ ପାହି, ଏସ. କେ. ପ୍ରଧାନ, ସଚିନ କୁମାର ସାହୁ, ଏ.କେ. ପଟ୍ଟନାୟକ, ବିଜୟ ରଞ୍ଜନ ନାୟକ, ଦୈତାରୀ ବାଗ, ହେମାନନ୍ଦ କରାଲି, ଉପେନ୍ଦ୍ର ମହାକୁରଙ୍କ ସମେତ ଶତାଧିକ ଅଭିଭାବକଙ୍କ ଦସ୍ତଖତ ରହିଛି ।

jittmm
Leave A Reply

Your email address will not be published.