ଖାଉଟି ଅଧିକାର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ଅହିରାବନ୍ଧ ସ୍ଥିତ ଖଡ଼ଗ ଭବନଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନରେ ରହିଥିବା ସୁନ୍ଦରଗଡ଼ ଜିଲ୍ଲା ବୈଧ ମାପ ବିଜ୍ଞାନ ଓ ରାଜ୍ୟସ୍ତରୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗର ମିଳିତ ଆନୁକୂଲ୍ୟରେ ଖାଉଟି ସୁରକ୍ଷା ସଚେତନତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଶ୍ରଦ୍ଧା ଷଡ଼ଙ୍ଗୀଙ୍କ ପୌରାହିତ୍ୟରେ ଆୟୋଜିତ କର୍ମଶାଳାରେ ସମାଜସେବୀ ବିମଳ ବିଶି, ଆଇନଜୀବୀ କୈଳାସ ଚନ୍ଦ୍ର ପ୍ରଧାନ ଖଡ଼ଗ ଭବନର ସମ୍ପାଦକ ଶଶଧର ପାତ୍ର, ସେକ୍ଟର ୩ ଥାନା ଅଧିକାରୀଙ୍କ ପ୍ରତିନିଧି ଏଏସ୍‌ଆଇ ଆନ୍ଥୋନୀ ମିଞ୍ଜ ବୈଧ ମାପ ଓଜନର ଇନ୍ସପେକ୍ଟର ହେମଲତା କିଶାନ ଅତିଥି ଭାବେ ଯୋଗ ଦେଇଥିଲେ । ଖାଉଟି କିଏ, ଖାଉଟିର ଅଧିକାର, ନୂତନ ଖାଉଟି ନିୟମ, ଆଧୁନିକ ଯୁଗରେ ବ୍ୟବହୃତ ଡିଜିଟାଲ ଠକେଇ ସର୍ବୋପରି ସମସ୍ତ ଜନସାଧାରଣ ଖାଉଟି ସଚେତନତା ଉପରେ ଗୁରୁତ୍ୱ ଦେବା ସହିତ ନିଜକୁ ଜଣେ ସକ୍ରିୟ ସଦସ୍ୟ ଭାବି କାମ କରିବା ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ପରିଡ଼ା, ବାସନ୍ତୀ ଦେବୀ, ରଞ୍ଜନ ଲେଙ୍କା, ସରୋଜ ପାତ୍ର, ବିନୋଦ ରାଉତ, ରାଜେଶ୍ୱରୀ ସେନାପତି, ପି ଅନିତା, ଲିପ୍ସା ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳାରେ କଳିଙ୍ଗ ବୈଶ୍ୟ ମହିଳା ସଂଘ, ରାଉରକେଲା ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଉତ୍ସର୍ଗର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମୁଦୁଲି ପରିଚାଳନା କରିଥିଲେ ।

Leave A Reply

Your email address will not be published.