csstore

ଆଇଟିଆଇ ଅନ୍‌ଲାଇନ୍‌ ପରୀକ୍ଷା ବ‌ନ୍ଦ କରିବାକୁ ଦାବୀ କଲା ଦେଶର ଘରୋଇ ଆଇଟିଆଇ ସଂଘ

ନୂଆଦି‌ଲ୍ଲୀ : ଦିଲ୍ଲୀ ସ୍ଥିତ ଜନ୍ତରମନ୍ତର ଠାରେ ଓଡିଶା ଘରୋଇ ଆଇଟିଆଇ ସଂଘ ନେତୃତ୍ବରେ ସର୍ବଭାରତୀୟ ଘରୋଇ ଆଇଟିଆଇ ଗୁଡ଼ିକୁ ନେଇ ଅନ୍‌ଲାଇନ୍‌ ପରୀକ୍ଷାକୁ ବ‌ନ୍ଦ କରିବା ପାଇଁ ଏକ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦିଆଯିବା ସହ ବିଭାଗୀୟ ମନ୍ତ୍ରୀ ମହେନ୍ଦ୍ରନାଥ ପଣ୍ଡେଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି ।


ସୂଚନା ଅନୁସାରେ ଆଇଟିଆଇରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ହେଲେ ସ୍କିଲ ଶ୍ରମିକ । ଏମାନେ ଆଇଟିଆଇରେ ପାଠ ପାଢିବା ସମୟରେ ୮୦ ପ୍ରତିଶତ ପ୍ରାକଟିକାଲ୍‌ ଟ୍ରେନିଙ୍ଗ କରୁଥିବା ବେଳେ ୨୦ ପ୍ରତିଶତ ଥିଓରୀ ରେ ପାଠ ପଢିଥାନ୍ତି । ବର୍ତ୍ତମାନ ସଂଘର ଦାବୀ ଅନୁସାରେ ଡିପ୍ଲୋମା, ଡିଗ୍ରୀ, ଯୁକ୍ତ ଦୁଇ ଆଦିରେ ପାଠପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ପରୀକ୍ଷା ନ କରାଇ ଆଗାମୀ ଦିନରେ ଯେଉଁ ଛାତ୍ରଛାତ୍ରୀମାନେ ଆଇଟିଆଇ ପଢି ବିଭିନ୍ନ କାରଖାନା ମାନଙ୍କରେ ସ୍କିଲ ଲେବର ଭାବେ କାମ କରିଥାନ୍ତି, ସେମାନ‌ଙ୍କ ଭବିଷ୍ୟତ ପ୍ରତି ଦୃଷ୍ଟି ଦିଆଯିବାକୁ ସଂଘ ଦାବୀ ରଖିଛି । ଆଇଟିଆଇରେ ପାଠପଢୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ଅନଲାଇନ ପରୀକ୍ଷା ଲଦି ନଦେବାକୁ ସଂଘ ଦାବୀ କରୁଛି ବୋଲି ଓଡିଶା ଘରୋଇ ଆଇଟିଆଇ ସଂଘର ସଭାପତି ଡ. ଅରୁଣ କୁମାର ନାୟକ ସୁଚନା ଦଇଛନ୍ତି ।

jayashree
Leave A Reply

Your email address will not be published.