ଚାଷୀଙ୍କୁ ଦଳିଦେଲା ଦନ୍ତା ହାତୀ

ପାଲଲହଡା : ଗତକାଲି ରାତିରେ ଜଣେ ଚାଷୀଙ୍କୁ ଦନ୍ତା ହାତୀ ଦଳି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଶ୍ରୀରାମପୁର ଗାଁର ଅନାଦି ହାଣ୍ଡିଆରୀ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିଜ କ୍ଷେତ ଜଗିବାକୁ ଯାଉଥିଲେ । ମୃତ ଚାଷୀ ଜଣକ ଫସଲ ଜଗିବାକୁ ଯାଉଥିବା ବେଳେ ଅନ୍ଧାର ରାତିରେ ହାତୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ତାଙ୍କୁ ଦନ୍ତା ହାତୀ କଚାଡ଼ି ମାରି ଦେଇଥିବା କୁହାଯାଇଛି ।

ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଜଣକୁ ଚାକିରି ଦାବୀରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ବନବିଭାଗ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.