csstore

ପୌରପାଳିକା ତରଫରୁ ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚୌଦ୍ୱାର : ସ୍ୱାଧୀନତା ଦିବସ ପାଳନ ଅବସରରେ ଚୌଦ୍ୱାର ପୌରପାଳିକା ତରଫରୁ ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ନଗର ବିଜେଡି ସଭାପତି ବିଷ୍ଣୁ ଚରଣ ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଗତ ମ୍ୟାଟ୍ରିକ୍‌ ପରୀକ୍ଷାରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‌ରେ ସର୍ବୋଚ୍ଚ ୩ ନମ୍ବର ରଖିଥିବା ଚୌଦ୍ୱାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଜସ୍ମିନ୍‌ ମାହେଶ୍ୱରୀଙ୍କୁ ସ୍ୱର୍ଗତ ନିମାଇଁ ଚରଣ ଦାସ ସ୍ମୃତି ଶିକ୍ଷା ସମ୍ମାନ ପ୍ରଦାନ କରିଥିଲେ । ପୂର୍ବତନ କାଉନସିଲର ମନୋଜ କୁମାର ମହାନ୍ତି, ଯୁବ ନେତା ଅର୍ଜୁନ ପଣ୍ଡା, ଛାତ୍ରନେତା ଭରତ ସାହୁ, ଉଦ୍ଧାର ଫାଉଣ୍ଡେସନ୍‌ ସଭାପତି ନରୋତ୍ତମ ଦାସ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.