oom

ଲୋଇସିଂହା ପଞ୍ଚାୟତ ସମିତିର ବୈଠକ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସଭାଗୃହରେ ସ୍ଥାନୀୟ ପଞ୍ଚାୟତ ସମିତିର ଦ୍ଵିତୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପ୍ରଭୃତି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏନଏଚ-୨୬ରୁ ବୁର୍ଡା ହରିଜନପଡାକୁ ଏକ ରାସ୍ତା ନିର୍ମାଣ ସାଙ୍ଗକୁ ସମିତି ସଭ୍ୟମାନଙ୍କ ବସାଉଠା କରିବା ପାଇଁ ବ୍ଲକ ପରିସରରେ ଏକ ଗୃହ ଯୋଗାଇ ଦେବା ପାଇଁ ବୁର୍ଡା ସମିତି ସଭ୍ୟ ସୁନୀଲ ଅଗ୍ରୱାଲ ପ୍ରସ୍ତାବ ଦେଇଥିଲେ । ଉପଯୁକ୍ତ କ୍ରପ କଟିଂ ଅଭାବ ତଥା କର୍ମଚାରୀଙ୍କ ଅବହେଳା ଯୋଗୁଁ ମରୁଡି ପ୍ରପୀଡ଼ିତ ପଞ୍ଚାୟତ ଗୁଡିକ ଫସଲ ବୀମା ପାଇବାରୁ ବଞ୍ଚିତ ରହୁଥିବା ଯୋଗୁଁ ମାଗୁରବେଡା ସରପଞ୍ଚ ସନ ଗଡତ୍ୟା ଉଦ୍‌ବେଗ ପ୍ରକାଶ କରିଥିଲେ । ଗ୍ରାମଗୁଡିକୁ ପାଇପ ଯୋଗେ ପାନୀୟ ଜଳ ଠିକ ସମୟରେ ପହଞ୍ଚି ପାରୁ ନ ଥିବାରୁ ବୈଠକରେ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ବୈଠକରେ ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ସୁଦୀପ ସା, କୌସ୍ତୁଭ ସାହୁ, ସରୋଜ ବେହେରା, ବିଜୁଳି ପଧାନ, ରମାକାନ୍ତ ବିଶ୍ୱାଳ, କିରଣ ସାହୁ, ହିମାଞ୍ଚଳ ମେହେର, ଶୋଭାଗିନୀ ରାଉତ, ପ୍ରଶାନ୍ତ ତ୍ରିପାଠୀ, ସମିତି ସଭ୍ୟ ଝିଲି ସାହୁ, ପାର୍ବତୀ ତ୍ରିପାଠୀ, ଅଜିତ ବେହେରା ପ୍ରମୁଖଙ୍କ ସମେତ ବିଡ଼ିଓ ବିଜୟ କୁମାର ହୋତା, ବ୍ଲକ କୃଷି ଅଧିକାରୀ ଉମାଶଙ୍କର ମିଶ୍ର, ଜିପିଇଓ କିଶୋର ଚନ୍ଦ୍ର ମାନସିଂଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.