csstore

ବିଇଡି କଲେଜରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟଠାରେ ଭାରତ ସ୍ୱାଧିନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ସହ ଜାତୀୟ ପତାକା ଧରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହା ପୂର୍ବରୁ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଗିତାଞ୍ଜଳି ପାଢିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ନାଗରିକ କମିଟିର ସାଧାରଣ ସଂପାଦକ ମନୋରଂଜନ ସାହୁ ଯୋଗ ଦେଇ ଏହି ଉତ୍ସବ ଅବସରରେ ବଲାଙ୍ଗିରର ସ୍ଥାନୀୟ ସ୍ୱାଧିନତା ସଂଗ୍ରାମୀ ଧରମସିଂ ମାନ୍ଧାତା, ରେଣ୍ଡୋ ମାଝି, ଗୁରୁବାରି ମେହେର, ବୀର ସୁରେନ୍ଦ୍ର ସାଏ ମାନଙ୍କ ବିଷୟରେ ସୂଚନା ପ୍ରଦାନ କରି ବଲାଙ୍ଗିରରେ ଜାଗୃତି ଦିବସ ପାଳନ କରାଯାଉଛି ବୋଲି କହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ସଫଳତା ଉପରେ ମନ୍ତବ୍ୟ ଦେଇ ଅଧ୍ୟକ୍ଷା ଶ୍ରୀମତୀ ପାଢୀ ଦେଶ ଓ ସମାଜ ପାଇଁ ଛାତ୍ର ଛାତ୍ରୀମାନେ ଆଗାମୀ ଦିନରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଅନ୍ୟାନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅନନ୍ତ କୁମାର ନାଏକ, ଶ୍ୟାମକୃଷ୍ଣ ସାଏ, ଭୋଗରାମ ମଲ୍ଲିକ, ମନୋରଂଜନ ମହାପାତ୍ର, କର୍ମଚାରୀ ବି.ଆର. ମଲ୍ଲିକ, ଏସ୍‌.କେ. ସାଏ ଓ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ତେଜରାଜ ସାହୁ, ଶିବ ପ୍ରସାଦ ବିଶ୍ୱାଲ ଓ ବିଶ୍ୱଜିତ ଜେନା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.