pakka

ଡେଲାଙ୍ଗରେ ଝୁଲଣ ପର୍ବ ଅନୁଷ୍ଠିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ମଠ ମନ୍ଦିରରେ ଝୁଲଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମହାନ ଉତ୍କଳୀୟ ପରମ୍ପରାର ଏକ ଅଭିନ୍ନ ଅଙ୍ଗ ଝୁଲଣ ପର୍ବ । ଲୀଳାମୟ ପ୍ରଭୁ କୁଞ୍ଜବିହାରୀ ରାଧାକାନ୍ତ/ରାଧାମୋହନ ରାଇଦାମୋଦର ରାଧା ଗୋବିନ୍ଦ ଝୁଲନ୍ତା ଦୋଳିରେ ବସି ଭକ୍ତମାନଙ୍କ ଗହଣରେ ଝୁଲା ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ଭକ୍ତଙ୍କ ଗହଳି ପରିଲଖିତ ହୋଇଥିଲା । ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣ ଯାତ୍ରା ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଝୁଲଣଯାତ୍ରା ପାଞ୍ଚଦିନ ଧରି ଚାଲିବ ଏବଂ ଭାଦ୍ରବ ମାସ ପ୍ରତିପଦାରେ ଶେଷ ହେବ । ପ୍ରତ୍ୟକ ଦିନ ଠାକୁରଙ୍କ ସନ୍ଧ୍ୟା ଆଳତୀ ଓ କର୍ପୂର ଆଳତୀ ପରେ ଚାମର ଆଲଟ, ମଶାଲ, ଘଣ୍ଟଘଣ୍ଟା, ବୃଦଂଗ, ବିଜେ କାହାଳୀ, ନଦିଆ ସଂକୀର୍ତ୍ତନ ଧ୍ଵନିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିରାଟ ପଟୁଆରରେ ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି । ସେଠାରେ ଠାକୁରଙ୍କୁ ସୁସଜ୍ଜିତ ଦୋଳ ବିମାନରେ ଆସ୍ଥାନ କରାଇ ପାଟଡୋର ସାହାଯ୍ୟରେ ଝୁଲା ଯାଇଥିଲା । ପ୍ରତ୍ୟେକ ସନ୍ଧ୍ୟାରେ ମଠ ପକ୍ଷରୁ ଭଜନ, ସଂକୀର୍ତ୍ତନ, ଦାସକାଠିଆ, ପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଠାକୁରଙ୍କ ଏହି ଝୁଲଣ ପର୍ବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସେହିପରି ଡେଲାଙ୍ଗର ପ୍ରସିଦ୍ଧ ଗାଦିବ୍ରହ୍ମ ପୀଠ ବେନୁପଡା ମଠରେ ପ୍ରଭୁ ଲୀଳାମୟ ଠାକୁରଙ୍କ ଅପୂର୍ବ ଝୁଲଣ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

jay balangir
Leave A Reply

Your email address will not be published.

five × one =