oom

ନିଖୋଜ୍‌ ପିଏନ୍‌ବି କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତଦେହ ମିଳିଲା ଲଛିପୁର ନିକଟସ୍ଥ ଅଙ୍ଗ ନଦୀ କୂଳରୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖୋଜ୍‌ ବରପାଲି ପିଏନ୍‌ବି କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତଦେହ ଲଛିପୁର ନିକଟସ୍ଥ ଅଙ୍ଗ ନଦୀ କୂଳରୁ ମିଳିଥିବା ଜଣାପଡ଼ିଛି । ଆଜି ଅପରାହ୍ନରେ ଅଙ୍ଗ ନଦୀ କୂଳରୁ ଉଦ୍ଧାର କରାଯାଇଛି ଦିବ୍ୟରଂଜନଙ୍କ ମୃତଦେହ । ବରପାଲିରେ ରହୁଥିବା ବଲାଙ୍ଗିର ଶାନ୍ତିପଡ଼ା ନିବାସୀ ଦିବ୍ୟରଂଜନ ଗତ ୧୦ ତାରିଖ ରାତିରୁ ନିଖୋଜ ଥିଲେ । ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ ଯୁବକଙ୍କ ବୟାନ ଅନୁସାରେ ସେଦିନ ରାତି ପ୍ରାୟ ୧୧ଟା ୧୫ ସମୟରେ ସାଲେଭଟା ନିକଟସ୍ଥ ବ୍ରିଜ ଉପରୁ କେହି ଜଣେ ଅଙ୍ଗ ନଦୀ ଗର୍ଭକୁ ଡେଇଁଥିବା ବେଳେ ଏହି ବୟାନ ଆଧାରରେ ପୋଲିସ ପ୍ରଶାସନ, ଅଗ୍ନିଶମ ବାହିନୀ ତଥା ଓଡ୍ରାପ୍‌ ଟିମ୍‌ ଅଙ୍ଗ ନଦୀ ଗର୍ଭରେ ଖୋଜାଖୋଜି ଆରମ୍ଭ କରିଥିଲେ । ଦୀର୍ଘ ୬୫ ଘଂଟା ପରେ ଆଜି ନିଖୋଜ୍‌ ଦିବ୍ୟରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ତେବେ ଏହି ଘଟଣା ପଛରେ ରହିଥିବା ରହସ୍ୟ ସହିତ ବିଗତ ଦୁଇ ମାସ ଭିତରେ ମୃତ ଦିବ୍ୟରଂଜନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଇଥିବା ବିଷୟର ଗଭୀର ସଂପୃକ୍ତି ରହିଥିବା ଆଲୋଚନା ଏବେ ଜୋର୍‌ ଧରିଛି ।

ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ବରପାଲି ପଂଜାବ ନ୍ୟାସ୍‌ନାଲ ବ୍ୟାଙ୍କର ଏଗ୍ରିକଲ୍‌ଚର ମ୍ୟାନେଜର ଦିବ୍ୟ ରଂଜନ ମିଶ୍ର ନିଖୋଜ ଥିବା ନେଇ ପରିବାର ଲୋକେ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଅଭିଯୋଗ କରିଥିଲେ । ବଲାଙ୍ଗିର ବରଗଡ ରାସ୍ତାର ଅଙ୍ଗ ନଦୀ ଚେରୁପାଲି ବ୍ରିଜ ଉପରେ ତାଙ୍କର ବାଇକ୍‌ ଓ ହେଲ୍‌ମେଟ୍‌ ମିଳିଥିବା ବେଳେ ସେ ବ୍ରିଜ୍‌ ଉପରୁ ନଦୀ ଗର୍ଭକୁ ଡେଇଁ ପଡିଥିବା ନେଇ ସନ୍ଦେହ କରି ୧୧ ତାରିଖ ଦିନ ପୂର୍ବାହ୍ନରୁ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଥଲା । ପରିବାର ଲୋକଙ୍କ କହିବା ଅନୁସାରେ ଦିବ୍ୟରଂଜନ ବୁଧବାର ଦିନ ବିନିକାରୁ ଫିଲ୍ଡ ଡ୍ୟୁଟି ସାରି ଘରକୁ ଫେରିବା ବାଟରେ ନିଖୋଜ ହୋଇ ଯାଇଥିଲେ । ଡ୍ୟୁଟି ସାରି ଘରକୁ ଫେରୁଥିବା ନେଇ ଦିବ୍ୟରଂଜନ ଘରକୁ ଫୋନ କରିଥିଲେ ମଧ୍ୟ ସେଦିନ ସନ୍ଧ୍ୟା ୭ଟା ପରେ ପରିବାର ଲୋକେ କଲ୍‌ କରିବାରୁ ଦିବ୍ୟରଂଜନଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଆସୁଥିବା ବେଳେ ଆଉ ତାଙ୍କର ପତ୍ତା ମିଳି ପାରିନଥିଲା ।

jittmm
Leave A Reply

Your email address will not be published.