oom

ସରସ୍ୱତୀ ବିଦ୍ୟାପୀଠ ସ୍କାଉଟ୍‌ ଗାଇଡ୍ ଓ ଜୁନିଅର ରେଡକ୍ରସର ଦୀକ୍ଷାନ୍ତ ସମାରୋହ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ସରସ୍ୱତୀ ବିଦ୍ୟାପୀଠଠାରେ ବିଦ୍ୟାଳୟସ୍ତରୀୟ ଭାରତ ସ୍କାଉଟ୍‌ ଗାଇଡ୍ ଓ ଜୁନିଅର ରେଡକ୍ରସର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଦୀକ୍ଷାନ୍ତ ସମାରୋହରେ ଅତିଥି ଭାବେ ରାଉରକେଲା ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶ, ସଂପାଦକ ସନ୍ତୋଷ କୁମାର ନାୟକ, ଜୁନିଅର ରେଡକ୍ରସର ଜିଲ୍ଲା ଟ୍ରେନର ବିଭିଷଣ ବାରିକ, ରମାକାନ୍ତ ମଲ୍ଲିକ, ହରମୋହନ ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶିଶିର କୁମାର ପାଣି ମଂଚ ସଂଯୋଜନା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥିମାନେ ସ୍କାଉଟ୍ ଆଣ୍ଡ ଗାଇଡ୍ ଓ ରେଡକ୍ରସର କାର୍ଯ୍ୟକ୍ରମ ତଥା ସାମାଜିକ ପ୍ରତିବଦ୍ଧତା ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରେନର ସୁଶାନ୍ତ କୁମାର ବିଶ୍ୱାଳ, ପିଟର ଏକ୍କା, ମେରୀ ସାହୁ, ସୁପ୍ରଭା ସାମଲ, ସ୍କାଉଟ୍ ମାଷ୍ଟର ନିରଞ୍ଜନ ମଲ୍ଲିକ, ଜେଆରସି କାଉନସିଲର ବିଜୟ କୁମାର ମହାପାତ୍ର, ବିଦ୍ୟାଳୟର ଜେଆରସି କାଉନସିଲର ଅନ୍ନପୂର୍ଣ୍ଣା ନାୟକ, ମୀନତି ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶକ୍ତିନଗର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ମହାପାତ୍ର, ସିଆରସିସି ଶିପ୍ରା ସାହୁ, ଅରୁଣ କୁମାର ସ୍ୱାଇଁ, ଅଙ୍କିତା ନାୟକ, ଶୁକଦେବ କୁଅଁର, ଉମାକାନ୍ତ ରାଉତରାୟ, ମନୋଜ ଦାସ, ଧରିତ୍ରୀ ଦାସ, ସୁକାନ୍ତ ମହାପାତ୍ର, ଇଂ ଅଙ୍କିତ ଦାସ, ଇଂ ଅଶୋକ ଦେ, ଇଂ ରବି ତ୍ରିପାଠୀ, ବିଦ୍ୟାଳୟର ଶିକ୍ଷକ ମଦନମୋହନ ଆରୁଖ, ବିନିତା ସେଜପଡା, ସବିତା ପୂଜାରୀ, ସ୍ୱପ୍ନା ମହାନ୍ତି, ଅନିମା ବିଶ୍ୱଳ, ପୂର୍ଣ୍ଣଚନ୍ଦ୍ର ମାହାତୋ, ସତ କୁଅଁର ମାହାତୋ, ମୀନତି କିଶାନ, ବିଦ୍ୟାଳୟର ଛାତ୍ରୀ ଗୁନ୍‌ଗୁନ୍‌ ମହାପାତ୍ର, ବର୍ଷା ସାହୁ, ଲକ୍ଷ୍ମୀ ସାହୁ, ଲକ୍ଷ୍ମୀ ବେହେରା, ରିୟା ମାହାତୋ, ରୂପଶ୍ରୀ ବାରିକ, ପଲ୍ଲବୀ ତାଣ୍ଡି, ନିକିତା ଏକ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.