କବି ଗଙ୍ଗାଧର ମେହେରଙ୍କ ଜ୍ୟୋତି ଯାତ୍ରା ଓ ସାରସ୍ୱତ ସମାରୋହ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଗତକାଲି ଜ୍ୟୋତି ଯାତ୍ରା ଓ ସାରସ୍ୱତ ସମାରୋହ ଆୟୋଜିତ ହୋଇଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଏ ମାଟିର ସନ୍ତାନ ତାଙ୍କ ଲେଖନୀ ମୁନରେ ଅନେକ କାଳଜୟୀ କାବ୍ୟ କବିତା ରଚନା କରି ଏ ମାଟିକୁ ଯଶସ୍ୱୀ କରି ରଖିଛନ୍ତି ବୋଲି କହିଥିଲେ । ସେହିପରି ବକ୍ତା ଭାବେ ଡଃ ସୁଜିତ୍ କୁମାର ପୃଷେଠ, ଡଃ ତପସ୍ଵିନୀ ଗୁରୁ ଯୋଗ ଦେଇ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟ ଧାରା ଉପରେ ଆଲୋଚନା କରିଥିଲେ । ସଞ୍ଜିବ ମହାପାତ୍ର ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଜି ସକାଳୁ କବିଙ୍କ ଜନ୍ମ ପୀଠ ବରପାଲିରୁ ଜ୍ୟୋତି ପ୍ରଜ୍ୱଳନ କରି ଯାତ୍ରା ଆରମ୍ଭ କରାଯାଇଥିଲା । ଏହାକୁ ରାଜ୍ୟ ସରକାର ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଶୁଭାରମ୍ଭ କରିଥିଲେ । ଏହି ଜ୍ୟୋତି ଯାତ୍ରାକୁ ରାସ୍ତାରେ ବରପାଲି, ବରଗଡ଼ର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା

Leave A Reply

Your email address will not be published.