pakka

ସୁକ୍ଷାତି ସୂକ୍ଷ୍ମ ପ୍ରାକୃତିକ ସୌନ୍ଦର୍ଯ୍ୟବୋଧ ମେହେର ସାହିତ୍ୟକୁ ରୁଦ୍ଧିମନ୍ତ କରିଛି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଙ୍ଗାଧର ସାହିତ୍ୟ ଅତି ସୁକ୍ଷାତି ସୂକ୍ଷ୍ମ ବସ୍ତୁର ସୌନ୍ଦର୍ଯ୍ୟର ବର୍ଣ୍ଣନା କରାଯାଇଛି । ଯେଉଁଠି ସାହିତ୍ୟ ତାର ଉଚ୍ଚତମ ସୋପାନକୁ ଛୁଇଁଛି । ଗଙ୍ଗାଧରଙ୍କ ସାହିତ୍ୟ ଓଡିଆ ଭାଷାରେ ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ରହିଛି । ଏପରି ନିର୍ମଳ ସୂଚିମନ୍ତ ସାହିତ୍ୟ ପ୍ରକୃତି ଓ ନରନାରୀଙ୍କ ଚରିତ୍ର ଚିତ୍ରଣ ଆଗକୁ ସୃଷ୍ଟି ହେବ କି ନା ସନ୍ଦେହ । ଏଭଲି ମତ ପ୍ରକାଶ ପାଇଛି ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ପକ୍ଷରୁ ଆୟୋଜିତ ମେହେର ଜୟନ୍ତୀ ସଭାରେ । ସଂସଦର ସଭାପତି ଦିବାକର ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ ସୋହେଲା ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନ ମୁଖ୍ୟ ଅତିଥି, ବିଶିଷ୍ଟ ବାଗ୍ମୀ ପ୍ରବଚକ ଡ. କୃଷ୍ଣକେଶବ ଷଡଙ୍ଗୀ ମୁଖ୍ୟବକ୍ତା ଓ ବରଗଡ ମହିଳା ମହା ବିଦ୍ୟାଳୟର ଅଧ୍ୟାପିକା ସଂଘମିତ୍ରା ମିଶ୍ର ସମ୍ମାନିତ ବକ୍ତା ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ କୋଶଲଭଞ୍ଜ କବି ରସିକ ବେହେରାଙ୍କ ‘ଶାନ୍ତିର ସନ୍ଧାନ ଓ ସୀତାଙ୍କ ସନ୍ଧାନ’ କୃଷ୍ଣଚନ୍ଦ୍ର ଭୋଇଙ୍କ ‘ସମୁଦ୍ର ମନ୍ଥନ’ କବିତା ସଂକଳନ ଅତିଥିଗଣଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ତସଲିମା ବରିହା, ସ୍ମୃତିରେଖା ସାହୁ ଓ ଅଙ୍କିତା ସାହୁଙ୍କ ଗତ ମାଟ୍ରିକ ପରୀକ୍ଷାରେ ବ୍ଲକରେ ସର୍ବାଧିକ ନମ୍ବର ରଖିଥିବାରୁ ସେମାନଙ୍କୁ ‘ଯାଜ୍ଞସେନୀ ଦୁର୍ଗାପ୍ରସାଦ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଚିତ୍ରାଙ୍କନ, ମେହେରଙ୍କ ସଂଗୀତ ଗାନ ଓ ବକ୍ତୃତା ପ୍ରତିଯୋଗିତାରେ ଯଥାକ୍ରମେ ଅନନ୍ୟା ଯୋଷୀ, ତୃପ୍ତି ସାହୁ, ଇଷାରାଣୀ ପୁରୋହିତ, ସ୍ମାରକ ନନ୍ଦ, ସିନ୍ଧୁମୟୀ ପଶାୟତ, ଯଜ୍ଞେଶ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୋହନ ରଣା ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଓ ସଂପାଦକ ଋକ୍ମଣ ଦିଶ୍ରୀ ବୀବରଣୀ ପଠନ କରିଥିଲେ । ସୁଦର୍ଶନ ବାରିକଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଶିଶୁ ମନ୍ଦିରର ଈଷା, ତୃପ୍ତି, ତ୍ରିଶା, ଯଜ୍ଞେଶ, ସ୍ୱାଗତ ସଂଗୀତ ଓ ଉଦ୍‌ଯାପନୀ ସଂଗୀତ ଗାନ କରିଥିବା ବେଳେ ନବୀନ କୁନାର ସାହୁ ସଭା ସଂଚାଲନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅରକ୍ଷିତ ବାରିକ ସହଯୋଗ କରିଥିଲେ ।

Leave A Reply

Your email address will not be published.

fifteen − three =