csstore

ମାଣ୍ଡୋସିଲ ପଞ୍ଚାୟତଠାରେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ତ୍ରିରଙ୍ଗା ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତଠାରେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ତ୍ରିରଙ୍ଗା ଶୋଭାଯାତ୍ରା ସମାଜସେବୀ ଲଲିତ ଜଗତଙ୍କ ନେତୃତ୍ଵରେ ଏବଂ ପଞ୍ଚାୟତ ସରପଞ୍ଚ ଓମ୍ ପ୍ରକାଶ ନାୟକଙ୍କ ତତ୍ତ୍ଵାବଧାନରେ ତ୍ରିରଙ୍ଗା ଶୋଭାଯାତ୍ରା ମାଣ୍ଡୋସିଲ ବସ୍‌ଷ୍ଟାଣ୍ଡଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ହୋଇଥିଲା । ଏହି ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ତ୍ରିପୁରା ବରିହା, ମାଣ୍ଡୋସିଲର ସମସ୍ତ ସ୍କୁଲ, କଲେଜ, ବରତୁଣ୍ଡା ସିଆର୍‌ପିଏଫ୍ ଯବାନ, ଗ୍ରାମ୍ୟ କମିଟିର ଧନ ସିଂ ପଟେଲ, ଶେଖ୍ ଏମ୍ ଡି ହନିଫ୍, କୈଳାଶ ଦାସ, ଅଲେଖ ସାହୁ, ସୁରେନ୍ଦ୍ର ଭୋଇ, ସୁବାଷ ଚନ୍ଦ୍ର ହଂସ, ବିରଞ୍ଚି ବେହେରା, କୁଳ ବେହେରା, ମଙ୍ଗନ ବରିହା, ଲବାନ୍ ରଣା, ସନ୍ତୋଷ ପ୍ରଧାନ, ସୌମ୍ୟରଞ୍ଜନ ମହାନ୍ତି, ରାଜେଶ ମହାନନ୍ଦ ଓ ଗ୍ରାମ ପଞ୍ଚାୟତର ଭଦ୍ର ବ୍ୟକ୍ତିମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.