csstore

ମଲକାସଡ଼ାରେ ରୋଜଗାର ଦିବସ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତ ମଲକାସଡ଼ା ଗାଁର ଖେଳ ପଡିଆଠାରେ ରୋଜଗାର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ସମ୍ମାନୀୟ ଅତିଥି ଭାବେ ଏପିଓ ଲକ୍ଷ୍ମଣ ବୁଡେକ, ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଗ୍ରାମ ରୋଜଗାର ସେବକ ସଚିନ ବିଭାର, ବ୍ଲକ ସାମାଜିକ ସମୀକ୍ଷକ ସୁଶୀଳ କୁମାର ପୋଢ଼ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶ୍ରମିକମାନଙ୍କୁ ଗଏତି, ଡାଲା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟେକ ଅଣକୁଶଳୀ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇ ଦେବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଇଚ୍ଛୁକ ଥିବା ଅଣକୁଶଳୀ ଶ୍ରମିକମାନଙ୍କୁ କାର୍ଯ୍ୟ ଆବେଦନ କରିବାର ସୁଯୋଗ ଦେବା ସହିତ ମହଜୁଦ ଥିବା ପ୍ରକଳ୍ପ ବିଷୟରେ ଅବଗତ କରାଯାଇଛି । ଆପତ୍ତି ଅଭିଯୋଗର ସମାଧାନ କରାଯାଇଥିଲା । ଦାଦନ ନ ଯାଇ ଗାଁରେ ରହି କାମ କରିବା ପାଇଁ ଶ୍ରମିକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏମ୍‌ବିକେ, ଗାଁ ସାଥୀ, ଶ୍ରମିକମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.