oom

ବରଗଡ଼ ଜିଲ୍ଲାରେ ୬୮୮.୨ ମିମି ବର୍ଷା

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ୬୮୮.୨ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲା ଜରୁରିକାଳୀନ ବିଭାଗର ସୂଚନା ମତେ ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ବିଜେପୁର ବ୍ଲକ ଅଞ୍ଚଳରେ ୧୧୫.୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି ଜିଲ୍ଲାର ପଦ୍ମପୁର ବ୍ଲକରେ ସର୍ବନିମ୍ନ ୩୦.୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଅନ୍ୟ ବ୍ଲକ ଗୁଡ଼ିକରେ ଅମ୍ଭାଭୋନା ବ୍ଲକରେ ୮୦.୦ ମିମି, ଅତାବିରା ବ୍ଲକରେ ୪୮.୩, ବରଗଡ଼ ୪୫.୮, ବରପାଲି ବ୍ଲକରେ ୩୫.୦, ଭଟଲି ବ୍ଲକରେ ୫୧.୦, ଭେଡେନ ବ୍ଲକରେ ୫୪.୨, ବିଜେପୁର ବ୍ଲକରେ ୧୧୫.୦, ଗାଇସିଲେଟ ବ୍ଲକରେ ୪୪.୦, ଝାରବନ୍ଧ ବ୍ଲକରେ ୭୭.୦, ପଦ୍ମପୁର ବ୍ଲକରେ ୩୦.୦, ପାଇକମାଲ ବ୍ଲକରେ ୩୮.୦ ଏବଂ ସୋହେଲା ବ୍ଲକରେ ୭୦.୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଆସନ୍ତା ୨୪ଘଣ୍ଟାରେ ପାଗର ପରିବର୍ତ୍ତନ ହେବା ସମ୍ଭାବନା ରହିଛି ।

jittmm
Leave A Reply

Your email address will not be published.