pakka

ଦୁଇ ଜଣ କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲେ ସଦର ଥାନା ପୋଲିସ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ଅପରାଧରେ ଜଡ଼ିତ ଦୁଇ ଜଣ କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲେ ସଦର ଥାନା ପୋଲିସ । ସେମାନଙ୍କ ଠାରୁ ନଗଦ ୪ ହଜାର ୭ଶହ ଟଙ୍କା ଓ ଏକ ମୋଟର ସାଇକେଲ ଜବତ କରିଛନ୍ତି । ଏ ସଂପର୍କରେ ସମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ବରଗଡ଼ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର । ସୂଚନା ମତେ, ଉକ୍ତ ଡକାୟତ ବରଗଡ଼ ଡେମ୍ କଲୋନୀର ବବଲୁ ଖାନ୍ ଓ କଟାପାଲି ଗାଁର ଦିଲିପ୍ ସାହୁ ଗତ ଜୁନ୍‌ ୨୨ତାରିଖରେ ଏକାମ୍ର ଛକଠାରେ ଦୁଇ ଜଣ କପଡା ବ୍ୟବସାୟୀ ବିନାୟକ ମେହେର ଓ ନାଥ ମେହେରଙ୍କୁ ମାଡ଼ ମାରିବା ସହ ୨୫ ହଜାର ଟଙ୍କା ଲୁଟି ନେଇଥିଲେ । ଏ ସଂପର୍କରେ ସଦର ଥାନାରେ ଅଭିଯୋଗ ହେବା ପରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ପୂର୍ବରୁ ଏ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି କେସ୍‌ରେ ସଂପୃକ୍ତ ଆଉ ଦୁଇ ଜଣଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ ମିଶ୍ର କହିଥିଲେ ।

Leave A Reply

Your email address will not be published.

two × 1 =