ବଲାଙ୍ଗିର ଜିଲ୍ଲା ବେଞ୍ଚପ୍ରେସ ଓ ମେନ୍ସ ଫିଜିକ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବେଞ୍ଚପ୍ରେସ (ପୁରୁଷ ଓ ମହିଳା) ଓ ମେନ୍ସ ଫିଜିକ୍‌ ପ୍ରତିଯୋଗିତା ଏବିଏସ୍‌ଏସ୍‌ ରୋଡ ସ୍ଥିତ ଅନ୍‌ଫିଟ୍‌ନେସ ଠାରେ ଉଦ୍‌ଯାପିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ଜିମ୍‌ରୁ ପୁରୁଷ ଓ ମହିଳା ପ୍ରତିଯୋଗୀମାନେ ଭାଗ ନେଇଥିଲେ । ପ୍ରଥମ ଥର କରି ଜିଲ୍ଲାରେ ଆୟୋଜିତ ବେଞ୍ଚପ୍ରେସ ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗିମାନେ ଭାଗ ନେଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ପ୍ରଥମ ଦିନ ଅନୁଷ୍ଠିତ ବେଞ୍ଚପ୍ରେସ ପ୍ରତିଯୋଗିତାରେ ୫୯ କେଜି ବର୍ଗରେ ରୋହନ ସୁନା, ଅକ୍ଷୟ ସାହୁ ଓ ସୁମନ୍ଦ ନନ୍ଦ । ସେହିପରି ୬୬ କେଜି ବର୍ଗରେ ମନୋରଂଜନ ସାହୁ, ଦିପକ ପରିଡା, ନିଖିଲ ସୁନା, ୭୪ କେଜି ବର୍ଗରେ ରାଜ ରାଏ, ଆଲୋକ ସାଗର, ବିଷ୍ଣୁ ନାଏକ, ୮୩ କେଜି ବର୍ଗରେ ରାମ ଖର୍ସେଲ, ଯୁବରାଜ ବରୁଆ, ଆନନ୍ଦ ଛତର, ୯୩ କେଜି ବର୍ଗରେ ସାର୍ଥକ କୁମାର, ପ୍ରଫୁଲ୍ଲ ଛତ୍ରିଆ ଓ ସତିସ ଦେହୁରୀ ନିଜ ନିଜ ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ମହିଳାମାନଙ୍କ ମଧ୍ୟରେ ଚିନ୍ମୟୀ ଦାଶ, ପ୍ରତିମା ଖେସ, ଶ୍ୱେତା ମହାନ୍ତି, ଶୁଭଶ୍ରୀ ଗରୁଡ, ଲିପ୍‌ସା ସାହୁ, ଶ୍ରାବଣୀ ଭୋଇ ଓ ସୀମା ଦୀପ ନିଜ ନିଜ ବର୍ଗରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ । ପ୍ରଥମ ଦିନ ଅତିଥି ଭାବରେ ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ତଥା କ୍ରୀଡାବିତ୍‌ ରାଜେନ୍ଦ୍ର ବଢେଇ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଦ୍ୱିତୀୟ ଦିନର ଉଦ୍‌ଯାପନୀ ଦିବସରେ ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ଅତିଥି ଭାବରେ ଯୋଗ ଦେଇ ମେନ୍ସ ଫିଜିକ୍‌ ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ମେନ୍ସ ଫିଜିକ୍‌ ପ୍ରତିଯୋଗିତାରେ ରୋହନ ସୁନା, ବାରୁଣ ନାଏକ ଓ ସାହିଲ ସ୍ୱାଇଁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ରୁପକ କୁମାର ବରାଳ ଓ ସଂଜୟ ଶତପଥି ବିଚାରକଙ୍କ ଦାୟିତ୍ୱ ତୁଳାଇଥିଲେ । ଅନ୍‌ ଫିଟ୍‌ନେସର ମାଲିକ ଅନୀଲ ନାଏକ, କରାଟେ କୋଚ ପ୍ରଶାନ୍ତ ପାତ୍ର, ବିଡିଜିଏ ସଂପାଦକ ସଂଗ୍ରାମ ବହିଦାର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

five × 3 =