pakka

ସଜନା ଚାରା ପ୍ରସ୍ତୁତ ଓ ପରବର୍ତ୍ତୀ ଯତ୍ନ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହକାରୀ କୃଷି ଉଦ୍ୟାନ ନିର୍ଦ୍ଦେଶକଙ୍କ ଆନ୍ୟୁକୂଲ୍ୟରେ ପାଟଣାଗଡ଼ ଉପଖଣ୍ଡର ପାଟଣାଗଡ଼, ବେଲପଡା ଓ ଖପ୍ରାଖୋଲ ବ୍ଲକର ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ସଜନା ଚାରା ପ୍ରସ୍ତୁତ ଏବଂ ପରବର୍ତ୍ତୀ ଯତ୍ନ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ପାଟଣାଗଡ଼ ଉଦ୍ୟାନ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ଉପଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠି, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡଃ ପ୍ରଫଲ୍ଲ କୁମାର ଭଞ୍ଜ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ‌ମିଶନ ଶକ୍ତି ଶ୍ରୀମତୀ ସୁମନ ଦ୍ଵେବେଦୀ, କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନ କୃଷି ବୈଜ୍ଞାନିକ ଶ୍ରୀମତୀ ସାଗରିକା ମୁନ୍ନା, ସରକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ପ୍ରମୋଦ କୁମାର ସେଠି, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଭିନାଶ ଦାସ, ଉଦ୍ୟାନ ବିଭାଗର ସମସ୍ତ କର୍ମଚାରୀ ମିଶନଶକ୍ତି ଯୋଗଦାନ ଦେଇଥିଲେ । ଏହି ଅବସରରେ ସଜନା ଚାରା ପ୍ରସ୍ତୁତ ଓ ବିକ୍ରୟ କରି କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ତାଲିମ ଦିଆଯାଇଥିବା ବେଳେ ଚଳିତବର୍ଷ କର୍ମ ନିଯୁକ୍ତି ଯୋଜନାରେ ଚାଷ କରାଯିବ ସେ ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ଏଥିରେ ଶତାଧିକ ସ୍ୱଂୟ ସହାୟକ ଗୋଷ୍ଠୀ ସଭ୍ୟା ତାଲିମ ନେଇଥିଲେ ।

jay balangir
Leave A Reply

Your email address will not be published.

1 × 5 =