p purohi

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ସଫଳତା

dr. purohit

ବରପାଲି, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ ଅବସରରେ ଏକ ସମ୍ବର୍ଦ୍ଧନ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀମାନଙ୍କ ଉଚ୍ଚତର ଭବିଷ୍ୟତ କାମନା କରିଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା ମହାବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତୀ ସମଗ୍ର ବରପାଲି ଅଞ୍ଚଳର ନାରୀ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ ବୋଲି କହିଥିଲେ । ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ନିଜ ବକ୍ତବ୍ୟରେ ଛାତ୍ରୀମାନେ ସେମାନଙ୍କର ଆଗାମୀ ଭବିଷ୍ୟତରେ କିପରି ସଫଳତାର ପାଦ ଛୁଇଁବେ ସେଥି ପ୍ରତି ପ୍ରେରଣା ଯୋଗାଇବା ସହିତ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ । ହିନ୍ଦୀ ସମ୍ମାନରେ ପ୍ରିୟଙ୍କା ଗୁପ୍ତା ୯.୪୬(ଦ୍ଵିତୀୟ), ମିତା ପଧାନ ୯.୨୬(ପଞ୍ଚମ), ଶୁଭ୍ରସ୍ମିତା ବେହେରା ୯.୧୬(ନବମ) ରାଜନୀତି ବିଜ୍ଞାନ ସମ୍ମାନରେ ଆରତୀ ପଧାନ ୯.୨୬(ତୃତୀୟ), ଇତିହାସ ବିଭାଗରୁ ସ୍ଵପ୍ନାରାଣୀ ଦାଶ ୯.୧୨(ପଞ୍ଚମ), ଶିକ୍ଷା ସମ୍ମାନରେ ଜୁବୁଲି ପରିଡ଼ା ୯.୩୮(ଚତୁର୍ଥ), ବନ୍ଦନା ବାରିକ୍ ୯.୨୪(ନବମ) ସ୍ଥାନ ଅଧିକାର କରିବା ସହ ଶତ ପ୍ରତିଶତ ନମ୍ବର ରଖି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଛାତ୍ରୀମାନେ ଏକତ୍ରିତ ହୋଇ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

nrusinghnath
Leave A Reply

Your email address will not be published.