pakka

ବରିକେଲରେ ଭବିଷ୍ୟତ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମ ପଞ୍ଚାୟତର ଲାଳାଜୀ ଗୋପାଳଜୀ ସଂସ୍କୃତ ବିଦ୍ୟାଳୟରେ ଭବିଷ୍ୟତ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ବରିକେଲ ସରପଞ୍ଚ ଦିନେଶ କୁମାର ସେଠ, ମୁଖ୍ୟବକ୍ତା ଭାବରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ, ସମ୍ମାନିତ ଅତିଥି ଭାବେ ଘନ ସୁନ୍ଦର ସାହୁ ଯୋଗଦେଇ ଧରିତ୍ରୀ ମା’ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଓ ସଂରକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ସାହୁ ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଶ୍ରୀ ସୁଜାତା ପଧାନ ଓ ଦୀପକ ରଣା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅଁଳା ଚାରା ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

3 + nine =