pakka

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ମାର୍ଗଦର୍ଶନ ଅନୁଯାୟୀ ବଲାଙ୍ଗିର ଇ/୧୮୯ ଦ୍ୱାରା ସହ କମାଣ୍ଡେଣ୍ଟ ସୁରେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଜଗଦଳପୁର ଗ୍ରାମରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗଦଳପୁର ଗ୍ରାମ ସରପଞ୍ଚ ଗୋବର୍ଦ୍ଧନ ନାୟକ, ଜଗଦଳପୁର ଥାନା ଆଇଆଇସି ସୁଷମା କୁଅଁର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଭାରୀ ଗାୟତ୍ରୀ ନନ୍ଦ, ବିଶିଷ୍ଠ ବ୍ୟକ୍ତି ବିଶେଷ ଓ ଜନସଧାରଣ ଉପସ୍ଥିତ ଥିଲେ । ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତ ଜଗଦଳପୁର, ବଡକଞ୍ଜରୀ, ନୂଆପଡା, ଖିରାପଲ୍ଲୀ, ପୁଟକା, ଧଉରାଭଟା ଏବଂ ବିଜରାଭଟା ଆଦି ଅଞ୍ଚଳରେ ଜାତୀୟ ପତାକା ବିତରଣ କରାଗଲା । ଏହି ଅଭିଯାନରେ ଜନସାଧାରଣଙ୍କ ମଧ୍ୟରେ ଏହି ସଚେତନତାର ବର୍ତ୍ତା ଦିଆଗଲା ଯେ, ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଘରେ ଘରେ ଜାତୀୟ ପତାକା ଉଡାଗଲେ ସମସ୍ତଙ୍କ ମଧ୍ୟରେ ଦେଶାତ୍ମବୋଧ ସୃଷ୍ଟି ହୋଇପାରିବ ।

Leave A Reply

Your email address will not be published.

19 + two =