lika

ବଲାଙ୍ଗିର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସିବିଏସ୍‌ଇ ଏଫିଲିଏସନ ପାଇଁ ମନ୍ତ୍ରୀଙ୍କ ସହ ରାଜ୍ୟସଭା ସାଂସଦଙ୍କ ଆଲୋଚନା

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ, ବଲାଙ୍ଗିର ଜିଲ୍ଲାର ଡୁମେରବାହାଲ ଏକଲବ୍ୟ ମୋଡେଲ ରେସିଡେନ୍ସିଏଲ ସ୍କୁଲ ବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସିବିଏସ୍‌ଇ ଏଫିଲିଏସନ ପାଇଁ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସହ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆଲୋଚନା କରିଛନ୍ତି । ଚଳିତ ଶିକ୍ଷା ବର୍ଷ ୨୦୨୨-୨୩ରେ ଉକ୍ତ ସ୍କୁଲର ୫୫ ଜଣ ଛାତ୍ରଛାତ୍ରୀ ଦଶମ ବୋର୍ଡ ଦେବେ ବୋଲି ସିବିଏସ୍‌ଇ ଏଫିଲିଏସନ ପାଇଁ ବଲାଙ୍ଗିର ଜିଲ୍ଲାପାଳ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପତ୍ରଦ୍ୱାରା ଅବଗତ କରିସାରିଛନ୍ତି । ସୂଚନା ଯୋଗ୍ୟ ଯେ, ସିବିଏସ୍‌ଇ ପାଠ୍ୟକ୍ରମରେ ଆଦିବାସୀ ଛାତ୍ରଛାତ୍ରୀ ପଢିବା ପାଇଁ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ବଲାଙ୍ଗିର ଜିଲ୍ଲାର ଡୁମେରବାହାଲଠାରେ ଏକଲବ୍ୟ ମୋଡେଲ ରେସିଡେନ୍ସିଏଲ ସ୍କୁଲ ପ୍ରତିଷ୍ଠା ହୋଇଛି । ଏହି ସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୨୦୧୬-୧୭ ଶିକ୍ଷା ବର୍ଷରେ ଏହି ସ୍କୁଲରେ ଷଷ୍ଠ ଶ୍ରେଣୀରେ ୩୦ ଜଣ ଆଦିବାସୀ ଛାତ୍ରୀ ଏବଂ ୩୦ ଜଣ ଛାତ୍ର ନାମ ଲେଖାଇଥିଲେ । ପ୍ରତ୍ୟେକ ଶ୍ରେଣୀରେ ଷାଠିଏ ଜଣ ଲେଖାଏଁ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସ୍କୁଲ ଅନୁବନ୍ଧନ ସହିତ ଉପଯୁକ୍ତ ଭିତ୍ତିଭୂମି ଓ ବିକାଶ ପାଇଁ ପଦକ୍ଷେପ ଗ୍ରହଣ ପାଇଁ ସାଂସଦ ଶ୍ରୀ ବିଶି ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡୁମେରବାହାଲ ଏକଲବ୍ୟ ସ୍କୁଲର ତୁରନ୍ତ ସିବିଏସ୍‌ଇ ଏଫିଲିଏସନ ପାଇଁ ମନ୍ତ୍ରୀ ଶ୍ରୀ ଟୁଡୁ ପ୍ରତିଶୃତି ଦେଇଥିଲେ ।

babaa
Leave A Reply

Your email address will not be published.