pakka

ଅମୃତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାୟଗଡା, (ମମତା ମହାକୁର) : ୨୦୨୨-୨୩ ଶିକ୍ଷା ବର୍ଷ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅମ୍ବାଦଳାର ଅବିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀରେ ଭାରତବର୍ଷର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧୀନତାର ଅମୃତ ମହୋତ୍ସବ କିପରି ସୁନ୍ଦର ଭାବେ ପାଳନ କରାଯିବ ଓ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ପ୍ରମୁଖ ଆନନ୍ଦ ଚୋଉଧୁରି ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବି ଭେଙ୍କଟେଶ୍ୱର ପାତ, ଅକ୍ଷୟ କୁମାର ରଥ, ଧର୍ମରାଜ ସାହୁ ଓ ସମ୍ପାଦକ ବିଜୟ ମିଶ୍ର ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଶ୍ଵନାଥ ଠାକୁର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଅବିଭାବକମାନଙ୍କ ସହ ମୁକ୍ତ ଆଲୋଚନାରେ ଭାଗ ନେଇ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।

Leave A Reply

Your email address will not be published.

two × 3 =