ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତ ୩ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶିତ ହୋଇଯାଇଛି । ଉକ୍ତ ପରୀକ୍ଷାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନାଇସ ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାଜିମାତ କରିଛନ୍ତି । ଉକ୍ତ ମହାବିଦ୍ୟାଳୟର ୪ ଜଣ ଛାତ୍ରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ସପ୍ତମ ଓ ନବମ ସ୍ଥାନ ଅଧିକାର କରି ମହାବିଦ୍ୟାଳୟକୁ ଗୌରବ ଆଣି ଦେଇଛନ୍ତି । ସେମାନେ ହେଲେ ରିଙ୍କି ରାଏ(୯.୮୯ ସିଜିପିଏ(ଗୋଲ୍ଡ ମେଡାଲିଷ୍ଟ)) ପ୍ରଥମ, ରାବିଆ ହସନ(୯.୭୭ ସିଜିପିଏ) ଦ୍ୱିତୀୟ, ମୋନିକା ସାହୁ(୯.୫୫ ସିଜିପିଏ) ସପ୍ତମ ଏବଂ ନିବେଦିତା ପଧାନ (୯.୪୯ ସିଜିପିଏ) ନବମ ସ୍ଥାନ ଅଧିକାର କରିଛନ୍ତି । ଏହା ଛଡା ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଡିଷ୍ଟିନ୍ସନ୍ ୱିଥ୍ ଫାଷ୍ଟ କ୍ଲାସ ହାସଲ କରିଛନ୍ତି । ଉକ୍ତ ପରୀକ୍ଷାଫଳ ଯୋଗୁଁ ମହାବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି । ଏହି ମହାବିଦ୍ୟାଳୟରୁ ଦ୍ୱିତୀୟ ଥର ପାଇଁ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ପୂର୍ବରୁ ନେନ୍ସି ପୁରୋହିତ (୯.୦୩ ସିଜିପିଏ, ୨୦୧୯) ଗୋଲ୍ଡ ମେଡାଲ ହାସଲ କରିଥିଲେ ।
Prev Post
Next Post