oom

ଦେଓଗାଁ ଅଞ୍ଚଳରେ ଲଗାଣ ବର୍ଷା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ରାତି ପ୍ରାୟ ୧୦ଟାରୁ ମଙ୍ଗଳବାର ସକାଳ ୧୧ଟା ପର୍ଯ୍ୟନ୍ତ ଦେଓଗାଁ ଅଞ୍ଚଳରେ ଲଗାଣ ବର୍ଷା ପରିସ୍ଥିତି ଦେଖିବାକୁ ମିଳିଛି । ଏହି ବର୍ଷା ଯୋଗୁଁ ରାସ୍ତା-ଘାଟ, ନଦୀ-ନାଳ ସବୁଆଡେ ପାଣି ଭରି ରହିଛି । କେଉଁଠି ରାସ୍ତାରେ ଆଣ୍ଠୁଏ ପାଣି ଯାଉଥିବା ବେଳେ କେଉଁଠି ଜମି, ବିଲରେ ପାଣି ଲହଡ଼ି ମରୁଛି । ସରକାରୀ ରିପୋର୍ଟରେ ଦେଓଗାଁରେ ଆଜି ୬୮ ମିମି ବର୍ଷା ହୋଇଥିବା ଜଣାପଡିଛି । ଆଜି ମଧ୍ୟାହ୍ନରେ ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ, ଦେଓଗାଁ ବ୍ଲକରେ ହୋଇଥିବା ବର୍ଷାର ସରକାରୀ ତଥ୍ୟ ସଂଗ୍ରହ କରାଯିବାରୁ ଜଣାପଡ଼ିଛି ଯେ, ହେଲେ ଚଳିତ ଅଗଷ୍ଟ ମାସ ୯ ଦିନ ମଧ୍ୟରୁ ମାତ୍ର ୪ ଦିନ ବର୍ଷା ହୋଇଥିବା ବେଳେ ୧୨୧ମିମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି । ୩ ତାରିଖ ଦିନ ୧୪ ମିମି, ୭ରେ ୧୨ ମିମି, ୮ରେ ୨୭ ମିମି ବର୍ଷା ହୋଇଥିବା ବେଳେ ମଙ୍ଗଳବାର ଦିନ ୬୮ ମିମି ସହ ବର୍ଷା ଲାଗି ରହିଥିବାରୁ ଆଗାମୀ ଦୁଇ ତିନି ଦିନରେ ଆହୁରି ବର୍ଷା ହେବା ନେଇ ଆଶଙ୍କା ରହିଛି ।

jittmm
Leave A Reply

Your email address will not be published.