ବଜ୍ରାଘାତ ଯୋଗୁଁ ଜଲିଗଲା ଇଲେକ୍ଟ୍ରି ବୋର୍ଡ : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଭାଲୁଖାଇ ଗ୍ରାମରେ ଗତକାଲି ଦିନ ୨ଟା ସମୟରେ ବର୍ଷା ସାଙ୍ଗକୁ ଘଡଘଡି ହୋଇଥିଲା । ଫଳରେ ଚୈତନ ଖର୍ସେଲଙ୍କ ଘରେ ଲାଗିଥିବା ବିଦ୍ୟୁତ ବୋର୍ଡରେ ସର୍ଟ ସାର୍କିଟ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଏହା ଦେଖି ଭୟରେ ଚୈତନଙ୍କ ପରିବାର ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ତେବେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.