jsm

ଦୁଇ ଦିନରେ ଦୁଇଗୋଟି ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

csstore

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଦ୍ୱାରା ଗତ ଦୁଇ ଦିନରେ ଦୁଇଗୋଟି ଅଚିହ୍ନା ଏବଂ ଅସହାୟ ଶବ ସତ୍କାର କରାଯାଇଛି । ପ୍ରଥମତଃ ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳରେ ରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଚିକିତ୍ସିତ ଅବସ୍ଥାରେ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁବରଣ କରିଥିବା ବେଳେ ତାର କୌଣସି ପରିଚୟ ନ ମିଳିବାରୁ ୭୨ଘଣ୍ଟା ପରେ ଭେଡେନ ପୋଲିସର ଅନୁରୋଧ କ୍ରମେ ବରଗଡ଼ ଜୀରା ନଦୀ କୂଳରେ ଥିବା ଶ୍ମଶାନରେ ଶବ ସତ୍କାର କରାଯାଇଥିଲା । ଠିକ ସେହିପରି ଆଜି ବରଡୋଲ ଗ୍ରାମର ଏକ ବୃଦ୍ଧ ବ୍ୟକ୍ତି ସଙ୍ଖାଳି ସାହୁ ବାର୍ଦ୍ଧକ୍ୟଗତ କାରଣରୁ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ପରିବାରରେ ତାଙ୍କର ଏକ ନାବାଳକ ନାତି ଛଡା ଆଉ କେହି ପୁରୁଷ ବ୍ୟକ୍ତି ନଥିବାରୁ ତାଙ୍କ ପରିବାର ଲୋକ ତଥା ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ବରଗଡ଼ ପୋଲିସର ଉପସ୍ଥିତିରେ ଦେଓଗାଁ ଗୀସୁଲ ନଦୀ ତଟରେ ମାଟି ଖୋଲି ସମାଧି ଦିଆଯାଇଥିଲା । ପରେ ତାଙ୍କର କିଛି ସମ୍ପର୍କୀୟ ଲୋକ ଆସି ମାଟି ପୋତିବାରେ ସାହାଯ୍ୟ କରିଥିଲେ । ଉଭୟ ଶବକୁ ସଂକଳ୍ପ ରଥ ସାହାଯ୍ୟରେ ସଂକଳ୍ପ ପରିବାର ସଦସ୍ୟ ସନ୍ଦୀପ କୁମାର ସେଠ ଓ ରଞ୍ଜିତ ସାହୁ ଶ୍ମଶାନକୁ ନେଇଯାଇଥିବା ବେଳେ ସଂକଳ୍ପ ପରିବାରର ସଦସ୍ୟ ଅକ୍ଷୟ ମିଶ୍ର, ଶେଷଦେଵ ପଧାନ, ଲୋକନାଥ ମେହେର ଓ ପଶ୍ଚିମ ଓଡିଶା ଯୁବାମଞ୍ଚର ସଦସ୍ୟ ଦେବେନ୍ଦ୍ର ପଟେଲ, ସିଦ୍ଧାର୍ଥ ବାରିକ, ଅଙ୍କିତ ଭାଇ ଏବଂ ବରଡୋଲ ସରପଞ୍ଚ ଦୀପାଞ୍ଜଳି କୁମ୍ଭାର ପ୍ରମୁଖ ସହଯୋଗର ହାତ ବଢାଇଥିଲେ । ସଂକଳ୍ପ ପରିବାର ସଦା ସର୍ବଦା ଅସହାୟ ସେବାରେ ସମର୍ପିତ ।

yuvodaya
Leave A Reply

Your email address will not be published.