ଛେଲଖାଇରେ ଲାଗିଲା ନୂଆ ଟ୍ରାନ୍ସଫର୍ମର

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ରୋତ୍‌ ପଞ୍ଚାୟତ ଛେଲଖାଇ କ୍ଲବପଡା, ହରିଜନପଡାରେ ଥିବା ଟ୍ରାନ୍ସଫର୍ମର ଅଚଳ ହୋଇଥିଲା । ସାତଦିନ ହେଲା ପଡାବାସୀ ଅନ୍ଧାରରେ ରହିଥିଲେ । ଏନେଇ ଲୋକମାନେ ଆଗଲପୁର ବିଦ୍ୟୁତ ବିଭାଗ ଜେଇଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଅଚଳ ଟ୍ରାନ୍ସଫର୍ମରକୁ ହଟାଯାଇ ନଥିଲା । ଏନେଇ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବିଦ୍ୟୁତ ବିଭାଗ ତତ୍ପରତା ଦେଖାଇଥିଲା । ବୁଧବାର ଦିନ ଗ୍ରାମରେ ନୂତନ ଭାବେ ୧୦ କେଭି ଟ୍ରାନ୍ସଫର୍ମର ସ୍ଥାପନ ପରେ ଗ୍ରାମର ପୁଣି ବିଦ୍ୟୁତ ସଂଯୋଗ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.