ଡାଇରିଆରେ ଆକ୍ରାନ୍ତ ହୋଇ ବୃଦ୍ଧାଙ୍କ ମୃତ୍ୟୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ ଗାଁରେ ଡାଇରିଆରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ତରବୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ବୃଦ୍ଧା ଜଣକ ହେଲେ ଲାଲଦେଇ ହଂସ । ଖବରପାଇ ଗାଁରେ ପହଂଚିଲା ଏକ ଡାକ୍ତରୀ ଟିମ୍‌ । ଘର ଘର ବୁଲି ଲୋକଙ୍କ ଚିକିତ୍ସା କରୁଛନ୍ତି । ନଳକୂଅର ଦୂଷିତ ପାଣି ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.