ବାଇକ ଚୋରି ଅଭିଯୋଗରେ ୩ ନାବାଳକ ଗିରଫ

ଲାଞ୍ଜିଗଡ଼ : ବାଇକ ଚୋରି ଅଭିଯୋଗରେ ୩ ନାବାଳକ ଗିରଫ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ ଲାଞ୍ଜିଗଡ଼ ସହରର ସୁମନ୍ତ ଦଳବେହେରାଙ୍କ ହୋଣ୍ଡା ୟୁନିକର୍ନ ବାଇକ୍ (ଓଡି ୦୮ ଏଲ୍ ୯୧୮୫) ତାଙ୍କ ଘରେ ରଖିଥିବା ବେଳେ ରବିବାର ରାତିରେ ଚୋରି ହୋଇଥିଲା । ଏନେଇ ଗତକାଲି ସକାଳେ ସେ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିଲେ । ଲାଞ୍ଜିଗଡ଼ ପୁଲିସ ମଧ୍ୟ ବିଳମ୍ବିତ ରାତିରେ ପେଟ୍ରୋଲିଂ ସମୟରେ ଗୋଟିଏ ବାଇକ୍ ଜବତ କରିବା ସହିତ ତିନିଜଣ ନାବାଳକଙ୍କୁ ଅଟକ ରଖିଥିଲା । ସୁମନ୍ତଙ୍କ ଅଭିଯୋଗ ପାଇବା ପରେ ପୁଲିସ ଜବତ କରିଥିବା ବାଇକ୍ ତାଙ୍କ ଦ୍ୱାରା ଚିହ୍ନଟ କରାଯିବା ପରେ ଅଟକ ଥିବା ୩ ନାବାଳକ ଏହି ବାଇକ୍ ଚୋରିରେ ସମ୍ପୃକ୍ତ ଥିବା ପ୍ରମାଣିତ ହେବା ପରେ ସେମାନଙ୍କୁ ଜୁଭେନାଇଲ୍ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ଲାଞ୍ଜିଗଡ଼ ଥାନାରେ କେସ୍ ନଂ-୪୨/୨୦୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ୍ଆଇ ଭବାନୀଶଙ୍କର ବାଦୀ ଘଟଣାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.