ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ବଲାଙ୍ଗିର ଜିଲ୍ଲାରେ ୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୬୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୭୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୪୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୧୪, ଭଦ୍ରକରୁ ୫, ବଲାଙ୍ଗିରରୁ ୮, ବୌଦ୍ଧରୁ ୧, କଟକରୁ ୧୩୫, ଦେବଗଡରୁ ୫, ଢେଙ୍କାନାଳରୁ ୨, ଗଜପତିରୁ ୩, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୧, ଯାଜପୁରରୁ ୨୧, ଝାରସୁଗୁଡାରୁ ୧୮, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୬, କେନ୍ଦ୍ରାପଡାରୁ ୧୮, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୩୬୧, କୋରାପୁଟରୁ ୩, ମାଳକାନଗିରିରୁ ୧, ମୟୁରଭଞ୍ଜରୁ ୫୨, ନବରଙ୍ଗପୁରରୁ ୫, ନୟାଗଡରୁ ୧୮, ନୂଆପଡାରୁ ୧୧, ପୁରୀରୁ ୪୪, ରାୟଗଡାରୁ ୧୩, ସମ୍ବଲପୁରରୁ ୫୮, ସୋନପୁରରୁ ୩୧, ସୁନ୍ଦରଗଡରୁ ୧୧୧, ଷ୍ଟେଟପୁଲରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.