ସମାଜସେବୀ ସୌକିଲାଲ ଦାଶଙ୍କ ଦେହାନ୍ତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ରୋହିଣିଆ ଗ୍ରାମବାସୀ ନିଜ ଅଞ୍ଚଳର ଜରେ ଦୃଢ ସଂଗଠକ ତଥା ସୁନାମଧନ୍ୟ ସମାଜସେବୀ ସୌକିଲାଲ ଦାଶଙ୍କ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ହେଲା ତାଙ୍କର ସ୍ବାସ୍ଥ୍ୟ ଭଲ ନ ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହାର୍ଟଏଟେକ୍ ହେବାରୁ ତାଙ୍କର ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ଦାଶ ରୋହିଣିଆର ବିକାଶ ପ୍ରତି ବହୁ ସଚେତନ ଥିଲେ । ସେ ଗ୍ରାମର ସମସ୍ତ ସାଂସ୍କୃତିକ ସଂଗଠନର ନେତୃତ୍ୱ ନେଉଥିଲେ । ବିକାଶ ଦିଗରେ ସେ ସବୁବେଳେ ଏକ ବିକଳ୍ପ ଚିନ୍ତା କରୁଥିଲେ । ସେ ତାଙ୍କ ପରେ ତାଙ୍କର ଏକମାତ୍ର ପୁତ୍ର ପ୍ରତାପ ଦାଶ ଓ ତିନି ଝିଅଙ୍କୁ ଛାଡି ଯାଇଛନ୍ତି । ତାଙ୍କର ମୃତ୍ୟୁରେ ରୋହିଣିଆ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.