ବିପୁଳ ପରିମାଣର ମଦ ଜବତ : ୧ ଗିରଫ

ପାଟଣା : ବିପୁଳ ପରିମାଣର ମଦ ଜବତ କରିବା ସହ ଅବକାରୀ ବିଭାଗ ଜଣକୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ପୂର୍ବାହ୍ନରେ ପାଟଣା ଅବକାରୀ ବିଭାଗ ପକ୍ଷରୁ ରାଧାପୁର ଗ୍ରାମର ଏକ ଚୋରା ମଦଭାଟି ଉପରେ ଚଢାଉ କରାଯାଇଛି । ଚଢାଉ ସମୟରେ ମଦ ବେପାରୀ ମଦ ଭାଟି ଛାଡି ଫେରାର ହୋଇଯାଇଥିବା ବେଳେ ସେଠାରେ ୧୮ ଶହ କେଜି ମହୁଲ ପୋଚ ନଷ୍ଟ କରି ୨୦ ଲିଟର ମହୁଲି ମଦ ଜବତ କରାଯାଇଛି । ସେହିପରି ନୂଆଗାଁ ଗ୍ରାମରେ ଚଢ଼ାଉ କରି ଗୋଲାପ ମହାନ୍ତ ନାମକ ଜଣେ ମହିଳାଙ୍କଠାରୁ ୯ ଲିଟର ମହୁଲି ମଦ ଜବତ କରାଯାଇ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ଏଏସ୍ଆଇ ରଙ୍ଗାଧର ପାତ୍ର, କନେଷ୍ଟବଳ ମିଥୁନ ଜେନା, ଆରତୀ ବେହେରା ଓ ବବିତା ଲେଙ୍କା ସାମିଲ ଥିଲେ ।

Leave A Reply

Your email address will not be published.