ବୌଦ୍ଧରେ କଳାକାରଙ୍କ ପାଇଁ ଦୁଇ ଦିନିଆ ଚୟନ ପ୍ରକ୍ରିୟା ଆରମ୍ଭ

ବୌଦ୍ଧ, (ମମତା ମହାକୁର) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇ ଦିନିଆ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନ ହଲ୍‌ଠାରେ ଆରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ହରଭଙ୍ଗା ଏବଂ କଣ୍ଟାମଳ ବ୍ଲକର ବଛା ବଛା ସାଂସ୍କୃତିକ ଦଳ ଯେଉଁମାନେ କି ଅନଲାଇନ ମାଧ୍ୟମରେ ପଂଜିକୃତ ହୋଇଥିଲେ ସେହି କଳାକାରମାନେ ଏହି ଚୟନ ପ୍ରକ୍ରିୟାରେ ଯୋଗ ଦେଇଥିଲେ । ୮ ତାରିଖ ଦିନ ବୌଦ୍ଧ ଏନଏସି ଓ ବୌଦ୍ଧ ବ୍ଲକର କଳାକାରମାନେ ଏହି ଚୟନ ପ୍ରକ୍ରିୟାରେ ଭାଗନେବେ । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ନାଟ୍ୟକାର ଲକ୍ଷ୍ମଣ ମହାପାତ୍ର, ତୁଷାରକାନ୍ତ ପଟ୍ଟନାୟକ, ଭବାନୀ ଶଙ୍କର ମହାପାତ୍ର, ନାଟ୍ୟକାର ତଥା ସାହିତ୍ୟିକ ହରିହର ପ୍ରଧାନ, ସାହିତ୍ୟିକ ବାସୁଦେବ ପାତ୍ର, ବସନ୍ତ କୁମାର ବୋଷ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା କାର୍ଯ୍ୟକ୍ରମକୁ ତଦାରଖ କରିବା ସହ ଯୋଗ ଦେଇଥିବା କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.