jsm

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳିତ

csstore

ବରକେରା, (କେପିଏନ୍‌ଏସ୍‌) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବନ ମହୋତ୍ସବ ଉପଲକ୍ଷେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁନିନ୍ଦା ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭାଶିଷ ବେହେରା, ଶିକ୍ଷକ ମିଟୁ କିଶୋର ପ୍ରଧାନ, ବିରଞ୍ଚି ନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ପବିତ୍ର ମୋହନ ପରିଡା, ଓ୍ଵାର୍ଡ ସଭ୍ୟ ଚାପଲିନି ପ୍ରଧାନ, ପୁରାତନ ଛାତ୍ର ପ୍ରଭାଶ ପରିଡା ଓ ପରିଚାଳନା କମିଟିର ସଭ୍ୟ ସଭ୍ୟା ପ୍ରମୁଖ ଯୋଗଦେଇଥିଲେ । ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବନ ମହୋତ୍ସବ ପାଳନ ଉପରେ ପ୍ରତିଯୋଗିତା କରାଯାଇଥିଲା । ସେଥିରେ ସପ୍ତମ ଶ୍ରେଣୀର ଛାତ୍ର ସତ୍ୟବ୍ରତ ପରିଡା ପ୍ରଥମ ହୋଇଥିଲେ । ତାଙ୍କୁ ସମ୍ମାନୀତ କରାଯାଇଥିଲା । ବକ୍ତାମାନେ ବନ ମହୋତ୍ସବ ଓ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ସର୍ବ ଶେଷର ବିରଞ୍ଚି ନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବିଦ୍ୟାଳୟ ପ୍ରାଙ୍ଗଣରେ ନଡ଼ିଆ, ଗୁଆ, ବଉଳ ଇତ୍ୟାଦି ଚାରା ରୋପଣ କରାଯାଇଥିଲା ।

yuvodaya
Leave A Reply

Your email address will not be published.