jsm

ଜିଲ୍ଲା ପ୍ରଶାସନର ପଦକ୍ଷପ : ଜିଲ୍ଲାରେ ପାଠ ଛାଡିଥିବା କିଶୋରୀ ବାଳିକା ପୁନଃ ପଢିବେ ପାଠ

csstore

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱକୁ ବନ୍ଦ କରିବା ଉଦେଶ୍ୟରେ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲାର ପ୍ରତ୍ୟେକ ସ୍ତରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଯେଉଁ ଅଂଚଳରେ ପାଠ ଛାଡିଥିବା କିଶୋରୀ ବାଳିକାଙ୍କ ସଂଖ୍ୟାରେ ବୃଦ୍ଧି ହେଉଛି ସେହି ସ୍ଥାନ ଗୁଡିକରେ ବାଲ୍ୟ ବିବାହର ବିଶେଷ ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସେହି ସମ୍ପୃକ୍ତ ଅଞ୍ଚଳ ଗୁଡିକ ଉପରେ ସ୍ୱତନ୍ତ୍ର ପଦକ୍ଷପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସୋନପୁର ବ୍ଲକରେ ଥିବା ଶିଳ୍ପ ତାଲିମ କେନ୍ଦ୍ର, ହ୍ୱିକୁଡ଼ିରେ କୁଶଳୀ ତାଲିମ ପାଇଁ ପାଠ ଛାଡିଥିବା କିଶୋରୀମାନଙ୍କୁ ପୁନଃ ଶିକ୍ଷା ଗ୍ରହଣ ନିମନ୍ତେ ପରାମର୍ଶ ଦିଆଯାଇଛି । ଏଥିରେ ଉଲୁଣ୍ଡା, ବୀରମହାରାଜପୁର, ପଞ୍ଚମହଲା ପ୍ରଭୁତି ବାଳିକା ଉଚ୍ଚ ବିଦ୍ୟାଳୟର କିଶୋରୀ ବାଳିକା ଓ ଶିଶୁ ଗୃହରୁ ସମୁଦାୟ ୨୨ କିଶୋରୀ ବାଳିକାମାନେ ଭାଗ ନେଇଥିଲେ । ଜିଲ୍ଲା ପ୍ରଶାସନ ତରଫୁରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ଏବଂ ବାଲ୍ୟ ବିବାହ ନିଷେଧ ଜିଲ୍ଲା ସଂଯୋଜକ ଆକ୍ସନାଇଡ଼ୁ ରାକେଶ ପ୍ରଧାନ, ପ୍ରାଧ୍ୟାପକ ଆଇଟିଆଇ ସଳିତ କୁମାର ନାୟକ ପ୍ରମୁଖ ଯୋଗଦାନ କରିଥିବା ୨୨ କିଶୋରୀ ବାଳିକାମାନଙ୍କୁ ଜିଲ୍ଲା ଶିଳ୍ପ କେନ୍ଦ୍ରରେ କୁଶଳୀ ତାଲିମ ତଥା କେନ୍ଦ୍ରରେ ଅଧ୍ୟୟନର ବିଭିନ୍ନ ଲାଭ ଏବଂ ରହିଥିବା ଚାକିରି ସୁଯୋଗ ବିଷୟରେ ଅବଗତ କରାଇଥିଲେ । ପରାମର୍ଶ ପରେ ୨୨ ଜଣ କିଶୋରୀଙ୍କ ମଧ୍ୟରୁ ୧୮ ଜଣ କିଶୋରୀ ବାଳିକା ଶିଳ୍ପ କେନ୍ଦ୍ରରେ ନାମ ଲେଖାଇବା ପାଇଁ ରାଜି ହୋଇଛନ୍ତି । ଏଣୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ବିଭିନ୍ନ ବିଭାଗରେ ସେମାନଙ୍କୁ ତାଲିମ କେନ୍ଦ୍ରରେ ଭର୍ତ୍ତି କରାଯାଇ ତାଲିମ ପ୍ରଦାନ କରାଯିବ ଯଦ୍ୱାରା ସେମାନେ ପୁନଃ ଶିକ୍ଷା କ୍ଷେତ୍ରରେ ଯୋଡିହୋଇ ଆଗାମୀ ଦିନରେ ଜିଲ୍ଲାରେ ଜଣେ ଜଣେ ସଫଳ କୁଶଳୀ ଓ ଆତ୍ମନିର୍ଭରଶୀଳା ଭାବେ ନିଜ ଗୋଡ଼ରେ ଛିଡ଼ାହୋଇ ପାରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

yuvodaya
Leave A Reply

Your email address will not be published.