pakka

ଆସ ରାନ୍ଧିବା ଦହି ପୋଟଳ

bbehera

ସବୁ ବେଳେ ନୂଆ ନୂଆ ଜିନିଷ ରାନ୍ଧିବା ପାଇଁ ସମସ୍ତ ମହିଳାମାନଙ୍କ ଭିତରେ ଆଗ୍ରହ ଥାଏ । ନୂଆ ତରକାରୀଟିଏ ରାନ୍ଧି ଦେଇ ପାରିଲେ ପରସିବାକୁ ଯେତିକି ମଜା ତାଟିଆ ଚାଟି ଚାଟି ଖାଇଲେ ସେତିକି ମଜା । ଏହି କ୍ରମରେ ଆସନ୍ତୁ ଆଜି ରୋଷେଇ କରିବା ଦହି ପୋଟଳ ।

ଆବଶ୍ୟକ ସାମଗ୍ରୀ ;
ଏହି ଦହି ପୋଟଳ ପାଇଁ ସାମଗ୍ରୀ ଗୁଡିକ ହେଲା – ଦହି ୪ରୁ୫ ଚାମଚ, ପୋଟଳ ୨୫୦ରୁ ୩୦୦ ଗ୍ରାମ, ଗୋଟିଏ ବଡ ସାଇଜ୍‌ର ପିଆଜ, ୨ଟି ତେଜପତ୍ର, ଲବଙ୍ଗ ୨ଟି, ହଳଦୀଗୁଣ୍ଡ ୧ ଚାମଚ, ଲଙ୍କାଗୁଣ୍ଡ ୧ ଚାମଚ, କସ୍ତୁରୀ ମେଥି ଚିମୁଟାଏ, ଧନିଆ ଗୁଣ୍ଡ ୧ ଚାମଚ, ଜିରାଗୁଣ୍ଡ ୧ ଚାମଚ, ଅଦା ଓ ରସୁଣ ବଟା ୨ ଚାମଚ, ସ୍ୱାଦ ଅନୁସାରେ ଲୁଣ, ପ୍ରୟୋଜନ ଅନୁସାରେ ତେଲ ।

ପ୍ରସ୍ତୁତି ପ୍ରଣାଳୀ ;
ପ୍ରଥମେ ପୋଟଳକୁ ଗୋଟା ଧୋଇଦେଇ ଅଧାକଟା କରିଦିଅନ୍ତୁ । ଗ୍ୟାସରେ କଡେଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେଲା ପରେ ପୋଟଳକୁ କଡେଇରେ ପକାଇ ହଳଦୀଗୁଣ୍ଡ ଓ ଲୁଣ ଦେଇ ଭଲ ଭାବରେ ଭାଜି ଦିଅନ୍ତୁ । ଭାଜି ସାରିବା ପରେ ଗୋଟିଏ ପାତ୍ରରେ କାଢି ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ଦହି, ଜିରାଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଦେଇ ଗୋଳାଇ ଦିଅନ୍ତୁ । ତେଲ ଗରମ ହେଲା ପରେ ତେଜପତ୍ର, ଲବଙ୍ଗ ଓ ପିଆଜକୁ କାଟି ପକାଇ ଦିଅନ୍ତୁ । ତା’ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦହି ମିଶ୍ରଣକୁ ପକାଇ ଫୁଟି ଆସିବା ଯାଏ ଫୁଟାନ୍ତୁ । ସେଥିରେ ଭଜା ହୋଇଥିବା ପୋଟଳ ଏବଂ ଲୁଣ ପକାଇ ଭଲ ଭାବରେ ମିଶାଇ ତଳକୁ ଓହ୍ଲାଇ ଦିଅନ୍ତୁ । ଗ୍ୟାସରେ କଡେଇ ବସାଇ କସ୍ତୁରୀ ମେଥିକୁ ପକାଇ ହାଳୁକା ଭାଜି ଗୁଣ୍ଡକରି ସେଥିରେ ପକାନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଦହି ପୋଟଳ । ଗରମ ଗରମ ଭାତରେ ନିଜେ ଖାଇବା ସହ ଅନ୍ୟଙ୍କୁ ଖାଇବା ପାଇଁ ପରଷି ଦିଅନ୍ତୁ ।

Leave A Reply

Your email address will not be published.

8 + nineteen =