jsm

ତ୍ରିଲୋଚନ ନେତ୍ରାଳୟ ପକ୍ଷରୁ ସମାଜସେବୀ ଏବଂ ଯୁବ ସାମ୍ବାଦିକ ସମ୍ବର୍ଦ୍ଧିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଗତ ଦଶ ବର୍ଷରୁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳରେ ସମାଜସେବୀ ମୁକେଶ ମୁରାରୀ କେଡିଆଙ୍କ ଉଦ୍ୟମ ଓ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଏବଂ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇ ଆସୁଛି । ଗତକାଲି ସମ୍ବଲପୁର ସ୍ଥିତ ପାନ୍ଥ ନିବାସଠାରେ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର ତରଫରୁ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର, ବଲାଙ୍ଗିର, କଲାହାଣ୍ଡି ଏବଂ ବରଗଡ଼ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯିବା ସହ ଗୁଦରପାଲି ଗାଁର ସମାଜସେବୀ ମୁକେଶ ମୁରାରୀ କେଡିଆ ଏବଂ ଯୁବ ସାମ୍ବାଦିକ ରିଙ୍କୁ ଦେବତାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ଡକ୍ଟର ସିନ୍ଧୁ ନନ୍ଦୀନୀ ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ଷ୍ଟେଟ ବ୍ୟାଙ୍କ ଆର୍‌ଏମ୍ ବଲିଆର ବାବୁ, ବୁର୍ଲା ନ୍ୟୁରୋ ସର୍ଜନ ସୂର୍ଯ୍ୟକାନ୍ତ ପାଟଯୋଷୀ, ଭିଜନ ଇଣ୍ଡିଆ ଟ୍ରଷ୍ଟର ନାରାୟଣ ସାହୁ, ତ୍ରିଲୋଚନ ନେତ୍ରାଳୟର ମୁଖ୍ୟ ଡାକ୍ତର ଶିବ ପ୍ରସାଦ ସାହୁ, ସ୍ୱେଚ୍ଛାସେବୀ ପ୍ରତିମା ମ୍ୟାଡମ ମଞ୍ଚାସୀନ ହୋଇଥିଲେ ।

yuvodaya
Leave A Reply

Your email address will not be published.