om academy

ସାମ୍ବାଦିକଙ୍କ ପିତୃ ବିୟୋଗ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପ୍ରେସ କ୍ଲବର ସମ୍ପାଦକ ତଥା ଧରିତ୍ରୀ ଛତ୍ରପୁର ପ୍ରତିନିଧି ସନ୍ତୋଷ ପାଢ଼ୀଙ୍କ ପିତା ହରିହର ପାଢ଼ୀ(୭୭)ଙ୍କ କାଳିଆବାଲି ଛକ ନିଜସ୍ୱ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ, ଝିଅ, ଜ୍ୱାଇଁ, ନାତି, ନାତୁଣୀ ଉପସ୍ଥିତ ଥିଲେ । ଖବର ପାଇ ଛତ୍ରପୁର ସହରର ବହୁ ବିଶିଷ୍ଟ ବ୍ୟକ୍ତି, ଛତ୍ରପୁର ପ୍ରେସ କ୍ଲବ କର୍ମକର୍ତ୍ତା, ସଦସ୍ୟ ପ୍ରମୁଖ ତାଙ୍କ ବାସଭବନ ନିକଟରେ ଯୋଗଦେଇ ସ୍ୱର୍ଗତ ପାଢ଼ୀଙ୍କ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ପାଢ଼ୀ ସୁନାବେଢ଼ା ସ୍ଥିତ ଏଚଏଏଲରେ ଚାକିରି କରୁଥିଲେ । ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ, ତାହାଙ୍କ ବିୟୋଗରେ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.